ଲୋକଙ୍କ ପାଇଁ ମୋ ସରକାର କଠିନ ପରିଶ୍ରମ କରୁଛି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଶୁକ୍ରବାର ଦିନ ଲୋକସେବା ଭବନରେ ଅନୁଷ୍ଠିତ ଜିଲ୍ଲାପାଳ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ନବନିର୍ମିତ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲାପାଳ ସମ୍ମିଳନୀରେ ଗତ କିଛି ମାସ ହେଲା ସରକାରଙ୍କ ଫୋକସରେ ଥିବା ‘୫-ଟି’ ଓ ‘ମୋ ସରକାର’କୁ ବ୍ୟାପକ ଓ ସଫଳ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ଦେଇଛନ୍ତି।

ଜିଲ୍ଲାପାଳଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି,‘ ଲୋକଙ୍କ ପାଇଁ ମୋ ସରକାର କଠିନ ପରିଶ୍ରମ କରୁଛି । ସାଢେ ୪ କୋଟି ଲୋକଙ୍କ ଦାୟିତ୍ୱ ସରକାରଙ୍କ ଉପରେ । ଗଣତନ୍ତ୍ରର ଆତ୍ମା ହେଉଛନ୍ତି ଜନସାଧାରଣ। ଗଣତନ୍ତ୍ରର ପ୍ରତ୍ୟେକ ଅନୁଷ୍ଠାନ କେବଳ ଲୋକଙ୍କ ପାଇଁ। ଲୋକଙ୍କୁ ସର୍ବୋତ୍ତମ ସୁବିଧା , ସୁଯୋଗ ଦିଆଯିବ ।’ ଲୋକଙ୍କ ସେବା ପାଇଁ ୫-ଟି ଓ ମୋ ସରକାର ଯୋଜନା ବୋଲି ବି ସେ କହିଛନ୍ତି। ଏହି ଅବସରରେ ଜିଲ୍ଲାପାଳମାନଙ୍କୁ ନିଜ ନିଜର ଦାୟିତ୍ବ ତୁଲାଇବାକୁ ଶପଥ ପାଠ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ଏହି ଶପଥ ପାଠ କରାଇଥିଲେ।
ଏଥିରେ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିବା ଜଣାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ଏହା ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ ହୋଇଥିବାରୁ ପ୍ରଶାସନିକ ମହଲରେ ଏହାକୁ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି।

ସମ୍ବନ୍ଧିତ ଖବର