୫ରେ ୧୦ ହଜାର ଅଧ୍ୟାପକ, କର୍ମଚାରୀଙ୍କ ଧାରଣା

ଭୁବନେଶ୍ୱର : ଅଖିଳ ଓଡ଼ିଶା ବେସରକାରୀ ଅନୁଦାନ ଓ ଅଣ ଅନୁଦାନପ୍ରାପ୍ତ କଲେଜ(ଯୁକ୍ତ୨ ଓ ଯୁକ୍ତ୩) ଶିକ୍ଷକ ଓ ଅଣଶିକ୍ଷକ ସଂଘ ପକ୍ଷରୁ ଆସନ୍ତା ୫ ତାରିଖରେ ଲୋୟର ପିଏମ୍‌ଜିରେ ଧାରଣା ଦିଆଯିବ। ୨୦୦୮ ପରବର୍ତର୍ୀ ଜିଓରେ ସାମିଲ କରିବା ଓ ୨୦୧୭ ପର୍ଯ୍ୟନ୍ତ ଥିବା ସବୁ ଶିକ୍ଷକ ଓ ଅଣଶିକ୍ଷକଙ୍କୁ ନେବା, ସରକାରୀ ଗ୍ର୍ରାଣ୍ଟ-ଇନ୍‌-ଏଡ୍‌ ପରିସରଭୁକ୍ତ କରି ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବା ଦାବି କରାଯାଇଛି। ୫ ତାରିଖ ଭିତରେ ଦାବି ପୂରଣ ନ ହେଲେ ୧୦ ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଶୋଭାଯାତ୍ରାରେ ବିଧାନସଭା ଅଭିମୁଖେ ଯିବେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିବେ ବୋଲି ଆଜି ନେହେରୁ ଯୁବ ପ୍ରତିଷ୍ଠାନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ନବ କିଶୋର ମିଶ୍ର ଓ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର