ନରସିଂହପୁରରେ ପୁଣି ମାଓବାଦୀ! : ଯବାନଙ୍କ କମ୍ବିଂକୁ ନେଇ ଚର୍ଚ୍ଚା

କଟକ : ନରସିଂହପୁରରେ ଏସ୍‌ଓଜି ଯବାନ କମ୍ବିଂ ଅପରେସନ ଆରମ୍ଭ କରିଥିବା ବେଳେ ମାଓବାଦୀଙ୍କ ଗତିବିଧିକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ପୁଲିସ ପକ୍ଷରୁ ବିଭିନ୍ନ ସମୟରେ ଉକ୍ତ ଅଂଚଳରେ କମ୍ବିଂ ଅପରେସନ କରାଯିବା ସହ ଜିଲିଣ୍ଡା ରେଞ୍ଜରେ ମଧ୍ୟ ଫୋର୍ସ ମୁତୟନ କରାଯାଇଛି। ତେବେ ପୁଣି ଗତକାଲିଠାରୁ ୨ପ୍ଲାଟୁନ୍‌ ଏସ୍‌ଓଜି ଯବାନ ଜିଲିଣ୍ଡା ରେଞ୍ଜ ଅନ୍ତର୍ଗତ ସାତକୋଶିଆ ଜଙ୍ଗଲରେ କୁମ୍ବିଂ ଅପରେସନ ଆରମ୍ଭ କରିଛନ୍ତି। କିନ୍ତୁ ସ୍ଥାନୀୟ ପୁଲିସ ମାଓବାଦୀ ଗତିବିଧି ଅଭିଯୋଗକୁ ଅସ୍ୱୀକାର କରିବା ସହ ଯବାନମାନେ ତାଲିମ ପାଇଁ ଜଙ୍ଗଲରେ ଏଭଳି କମ୍ବିଂ କରୁଥିବା ସୂଚନା ଦେଇଛି।

ସମ୍ବନ୍ଧିତ ଖବର