ରଥ ଖଳା ହାଲଚାଲ: ସରିଲାଣି ତିନି ରଥର ୩୦ ଚକ

ପୁରୀ: ରଥଖଳାରେ ମହାପ୍ରଭୁଙ୍କ ତିନି ରଥ ପାଇଁ ଚକ କାମ ଚାଲିଛି। ଆଜି ସୁଦ୍ଧା ମହାପ୍ରଭୁଙ୍କ ତିନି ରଥ ପାଇଁ ମୋଟ ୩୦ ଚକ ନିର୍ମାଣ ସରିଛି। ଏଥି ସହିତ ଆଜି ଚଉତା କାମ ମଧ୍ୟ ଆଗେଇ ଚାଲିଛି। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଭୋଇ ସେବକମାନେ ଚଉତା କାଠକୁ କାଠକୁ ଆଣି ରଥଖଳାରେ ପକାଇଛନ୍ତି। ରୂପକାର ସେବକମାନେ କୋଣଗୁଜ, ଠେକ୍‌ ଗୁଜ କାମ କରିଛନ୍ତି। ପହିବିନ୍ଧ ଓ ସିଙ୍ଗଡାବାଡିଆ କାମ ମଧ୍ୟ ହୋଇଛି। ଦୋଳବେଦି କମାରଶାଳରେ ପନ୍ଦାରି ଓ ବଳା କାମ ମଧ୍ୟ ଚାଲିଛି।

ସମ୍ବନ୍ଧିତ ଖବର