ସୁଧୁରୁନି ସାଲେପୁର ପୀଡ଼ିିତାଙ୍କ ସ୍ୱାସ୍ଥ୍ୟାବସ୍ଥା

କଟକ : ଦୁଷ୍କର୍ମର ଶିକାର ହୋଇ ୫ଦିନ ହେଲା କଟକ ବଡମେଡିକାଲ ପେଡିଆଟ୍ରିକ୍‌ ଆଇସିୟୁରେ ଚିକିତ୍ସାଧୀନ ସାଲେପୁର ପୀଡ଼ିତାଙ୍କ ଅବସ୍ଥା ଆଜି ଉଦବେଗଜନକ ରହିଛି। ଭେଣ୍ଟିଲେଟରରେ ରହିଥିବା ପୀଡିତାଙ୍କ ଅବସ୍ଥା ବିଶେଷ ସୁଧୁରୁ ନାହିଁ। ଚିକିତ୍ସିତ ହେବା ଦିନରୁ ପୀଡ଼ିତା କୋମାରେ ଅଛନ୍ତି। ପୀଡିତାଙ୍କୁ ୧୩ଜଣିଆ ଡାକ୍ତରୀ ଟିମ୍‌ ସ୍ୱତନ୍ତ୍ର ଭାବେ ଚିକିତ୍ସା କରୁଛନ୍ତି। ଦୁଇ ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିବା ବେଳେ ପୁଣି ବିଗିଡ଼ି ଯାଇଥିବା କୁହାଯାଉଛି। ଗତ ୨୧ତାରିଖ ରାତିରେ ସାଲେପୁର ଥାନା ଅନ୍ତର୍ଗତ ଫୋଗଳ ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ୬ ବର୍ଷର ଶିଶୁକନ୍ୟା ଘରୁ ଚକ୍‌ଲେଟ କିଣିବାକୁ ଯାଇଥିବାବେଳେ ସେହି ସମୟରେ ପାଓ୍ଵାର କଟ୍‌ ହୋଇଥିବାରୁ ଅନ୍ଧାରର ସୁଯୋଗ ନେଇ ପଡିଶା ଘରର ଯୁବକ ମହମ୍ମଦ ମୁସାକ୍‌ ସ୍କୁଲ ଘରକୁ ଟେକିନେଇ ଦୁଷ୍କର୍ମ କରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲା। ପୁଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ମହମ୍ମଦ ମୁସାକ୍‌କୁ ଗିରଫ କରି ଜେଲ ପଠାଇଛି।

ସମ୍ବନ୍ଧିତ ଖବର