ଆଉ ୪ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଭୁବନେଶ୍ବର : ଆଜି ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଓଡ଼ିଶାର ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ‌େଘାଷଣା କରିଛି। ‌‌ଶେଷ ପର୍ଯ୍ୟାୟରେ ଏ ସବୁ ଆସନ ପାଇଁ ନିର୍ବାଚନ ହେବ। ଆଜି ଘୋଷିତ ପ୍ରାର୍ଥୀମାନଙ୍କ ନାମ ହେଉଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବିଧାନସଭା ଆସନ ପାଇଁ ଦେବଯାନୀ ବେହେରା, ବାଲେଶ୍ବର ଜିଲ୍ଲାର ସୋର ଅନୁସୂଚିତ ଜାତି ଆସନ ନିମନ୍ତେ ସୁରେନ୍ଦ୍ର ପ୍ରସାଦ ପ୍ରମାଣିକ, ସିମୁଳିଆ ପାଇଁ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ ଓ ଚାନ୍ଦବାଲି ପାଇଁ ଦିଗମ୍ବର ଦାସ। ଏ ନେଇ ଏକ ପ୍ରେସ୍‌ ବିବୃତି ଜରିଆରେ ଏଆଇସିସି ସାଧାରଣ ସଂପାଦକ ମୁକୁଲ୍‌ ୱାସନିକ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର