କେନ୍ଦ୍ର ଓ ରାଜ୍ୟ ବିରୋଧରେ ଅଭିଯୋଗ ଫର୍ଦ୍ଦ ଜାରି

ବଲାଙ୍ଗୀର : ଜାଗରଣ ସମାବେଶ ପରେ ସ୍ଥାନୀୟ ସର୍କିଟ ହାଉସ ଠାରେ ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉେଦ୍ଦଶ୍ୟରେ କଂଗ୍ରେସ ଦଳ ତରଫରୁ ୧୨ ଓ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା। ରାଜ୍ୟ ସରକାରଙ୍କ ନିମନ୍ତେ ଦାବିପତ୍ରରେ ଥିବା ଦାବି ଗୁଡିକ ଯଥା ବଲାଙ୍ଗୀର ଜିଲ୍ଲାର ୧୪ଟି ବ୍ଲକ, ମ୍ୟୁନିସିପାଲିଟି ଏବଂ ପରିଷଦକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା, ଶସ୍ୟବୀମା ପ୍ରଦାନ, ଜଳସେଚନ ସମସ୍ୟା, ରୋଗପୋକ ଏବଂ ଅଦିନିଆ ବର୍ଷା ଯୋଗୁଁ ଫସଲ ହାନିର କ୍ଷତିପୂରଣ ପ୍ରଦାନ, କୃଷକଙ୍କୁ ସମ୍ପୂର୍ଣ୍ଣ ଋଣଛାଡ଼, କୃଷକଙ୍କୁ ପ୍ରାଇସ, ପେନସନ ଏବଂ ପ୍ରେଷ୍ଟିଜ ପ୍ରଦାନ ରହିଛି। ସେହିଭଳି ଧାନର ଅଭାବୀ ବିକ୍ରି ଏବଂ ଏଥିପାଇଁ ଦାୟୀ ଥିବା ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଶୀଘ୍ର ସମାପ୍ତ, ବଲାଙ୍ଗୀରରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା, କୃଷି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବା, ରାଜେନ୍ଦ୍ର କଲେଜକୁ ବିଶ୍ବ ବିଦ୍ୟାଳୟ ମାନ୍ୟତା ଦେବା, ସ୍କୁଲ କଲେଜ ପାଇଁ ଶିକ୍ଷକ ଏବଂ ଡାକ୍ତରଖାନା ପାଇଁ ଆନୁସଙ୍ଗିକ ଭିତ୍ତିଭୂମି ସହ ପର୍ଯ୍ୟାପ୍ତ ପରିମାଣରେ ଡାକ୍ତର ପ୍ରଦାନ କରିବା ଆଦି ୧୨ ଦଫା ଦାବି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ରଖାଯାଇଥିଲା। ଠିକ୍ ସେହିପରି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଥିବା ୬ ଦଫା ଦାବି ହେଲା କୃଷକଙ୍କ ପାଇଁ ସମ୍ପୂର୍ଣ୍ଣ ଋଣ ଛାଡ଼, ଭାରତୀୟ ଖାଦ୍ୟ ନିଗମ ଦ୍ବାରା ଜିଲ୍ଲାର ଚାଷୀଙ୍କ ଠାରୁ ଧାନକିଣା ହେବା, କଣ୍ଟାବାଞ୍ଜି ଠାରେ ୱାଗନ ମରାମତି କାରଖାନା, ଲୋକମୋଟିଭ ୟୁନିଟ ସ୍ଥାପନ, ବଲାଙ୍ଗୀରର ବହୁ ପ୍ରତୀକ୍ଷିତ ବାଇପାସ ନିର୍ମାଣ କାମ ଶୀଘ୍ର ଆରମ୍ଭ କରିବା, ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ କରିବା ତଥା ପ୍ରଧାନମନ୍ତ୍ରୀଙ୍କ ଆଗାମୀ ବଲାଙ୍ଗୀର ଗସ୍ତ ସମୟରେ ବଲାଙ୍ଗୀରର ଯୁବକମାନଙ୍କ ନିଯୁକ୍ତି ପାଇଁ ତଥା ଅର୍ଥନୈତିକ ବିକାଶ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିବା ଆଦି ରହିଛି।

ସମ୍ବନ୍ଧିତ ଖବର