ଖୋର୍ଦ୍ଧାରୁ ସ୍ୱାଗତିକା ପଟ୍ଟନାୟକ ଓ ପିପିଲିରୁ କଂଗ୍ରେସ ଟିକେଟରେ ଲଢ଼ିବେ ଅଜିତ ମଙ୍ଗରାଜ

ଭୁବନେଶ୍ୱର: ଆଜି କଂଗ୍ରେସ  ଖୋର୍ଦ୍ଧା ଓ ପିପିଲି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ସ୍ୱାଗତିକା ପଟ୍ଟନାୟକ ଓ ପିପିଲି ବିଧାନସଭା ଆସନ ପାଇଁ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଛି।
ସୂଚନାଯୋଗ୍ୟ ପିପିଲି ବିଧାନସଭା ଆସନ ପାଇଁ କଂଗ୍ରେସ ପୂର୍ବରୁ ଯୁଧିଷ୍ଠିର ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ଗତକାଲି ସେ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଥିଲେ। ଏହା ପରେ କଂଗ୍ରେସ ଏହି ଆସନରୁ ଅଜିତ ମଙ୍ଗରାଜଙ୍କୁ ଟିକେଟ୍ ଦେଇଥିବା ଜଣାଯାଇଛି।
ଖୋର୍ଦ୍ଧା ଭୁବନେଶ୍ୱର ଓ ପିପିଲି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସୁଛି।

ଏ ଦୁଇ ନିର୍ବାଚନ ମଣ୍ଡଳୀରେ ତୃତୀୟ ପର୍ଯ୍ୟାୟରେ ଏପ୍ରିଲ୍ ୨୩ ତାରିଖରେ ନିର୍ବାଚନ ହେବ। ଏ ଦୁଇ ଆସନ ଲାଗି ଆଜି ନାମାଙ୍କନପତ୍ର ଦାଖଲ କରିବାର ଶେଷ ଦିନଥିବାରୁ କଂଗ୍ରେସ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଠିକ୍‌ ସେହିପରି ଖଣ୍ଡପଡ଼ାରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବେ ବସନ୍ତ କୁମାର ମହାରଣା।

ସମ୍ବନ୍ଧିତ ଖବର