କଂଗ୍ରେସ ପାଳନ କଲା ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ଭୁବନେଶ୍ବର : ଆଜି ଓଡିଶା ପ୍ରଦେଶ କ˚ଗ୍ରେସ କମିଟି ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପୂର୍ବାହ୍ନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ କ˚ଗ୍ରେସ ନେତୃବୃନ୍ଦ ରସୁଲଗଡ ଛକରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତି ଏବ˚ ଭିଏସ୍‌ଏସ୍‌ନଗରର ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ କଂଗ୍ରେସ ଭବନରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏବ˚ ନେତାଗଣ ସୁଭାଷ ବୋଷ ଓ ମହାପୁରୁଷଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଏ ସମସ୍ତ କାର୍ଯ୍ୟକ୍ରମରେ ଅଖିଳ ଭାରତ କ˚ଗ୍ରେସ ସେବାଦଳ ପ୍ରଭାରୀ ଚନ୍ଦ୍ରପ୍ରକାଶ ବାଜପେୟୀ, କ˚ଗ୍ରେସ ନେତୃବୃନ୍ଦ ପ୍ରସାଦ ହରିଚନ୍ଦନ, ସମୀର କୁମାର ରାଉତରାୟ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ଶୁଭେନ୍ଦୁ ମହାନ୍ତ, ଡ. ଲଲାଟେନ୍ଦୁ ମହାପାତ୍ର, ପଦ୍ମାକର ଗୁରୁ, ସୁମିତ୍ରା ଜେନା, ହଳଧର ସେଠୀ, ଜ୍ୟୋତିଷ ସାହୁ, ମନୋରଞ୍ଜନ ଦାଶ, ମନୋଜ ଜେନା, ତିରୁପତି ପାଣିଗ୍ରାହୀ, ବୀଣାପାଣି ସାମଲ, ବିକ୍ରମ ସାହୁ, ନିରଦ ଖୁ˚ଟିଆ, ହିମା˚ଶୁ ଲେଙ୍କା, ମନୋରଞ୍ଜନ ରାଉତରାୟ, ଦୀପା ଚୌଧୁରୀ, ସ୍ବାଧୀନବାଳା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର