କଂଗ୍ରେସ ପାଳନକଲା ଉତ୍କଳ ଦିବସ

ଭୁବନେଶ୍ବର : ଆଜି ପ୍ରଦେଶ କଂଗ୍ରେସ ଉତ୍କଳ ଦିବସ ପାଳନ କରିଛି। ଏହି ଉପଲକ୍ଷେ ପୂର୍ବାହ୍ନରେ କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ନେତୃବୃନ୍ଦ ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ କଂଗ୍ରେସ ନେତାମାନେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଥିବା ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଡ. ହରେକୃଷ୍ଣ ମହତାବ ଓ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଶିବାନନ୍ଦ ରାୟ, ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ରଶ୍ମି ମହାପାତ୍ର, କିଶୋର ଜେନା, ସୁମିତ୍ରା ଜେନା, ଉତ୍କଳ କେଶରୀ ରାଉତରାୟ, ପଦ୍ମାକର ଗୁରୁ, ପ୍ରଣତୀ ମିଶ୍ର, ମନୋରଞ୍ଜନ ରାଉତରାୟ, ବିକ୍ରମ ସାହୁ, ଚିନ୍ମୟ ସୁନ୍ଦର ଦାସ, ଲିଙ୍ଗରାଜ ସାହୁ, ବୀଣାପାଣି ସାମଲ, ଅଜିତ୍ ଜେନା, ସୂର୍ଯ୍ୟନାରାୟଣ ପଣ୍ଡା, ଦେବେନ୍ଦ୍ର ପ୍ରତାପ ଦାସ, ଜାନକୀ ମଲ୍ଲିକ, ଉମେଶ ଜେନା, ଅଲେଖ ସାମଲ, ସ୍ୱାଧୀନବାଳା ଦାସ, ନିରେଶ ପାତ୍ର, ପ୍ରକାଶ ମହାନ୍ତି, ଏମ୍.ଡି. ଶାହାଦୁଲ୍ଲା, ଭୁବନ ସାହୁ, ଜବାମଣି ଟୁଡୁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର