୧୭ ସୁଦ୍ଧା କଂଗ୍ରେସ-ସିପିଆଇ-ସିପିଏମ୍ ଆସନ ବୁଝାମଣା ନିଷ୍ପତ୍ତି

ଭୁବନେଶ୍ବର : ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ସହ ବାମଦଳ ମେଣ୍ଟ ନକରି ଆସନ ବୁଝାମଣା କରିବ। ଓଡ଼ିଶାରେ ଆସ୍କା ଲୋକସଭା ଆସନ ପାଇଁ ସିପିଆଇ ରାମକୃଷ୍ଣ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିସାରିଛି। ସେହିପରି ଭୁବନେଶ୍ବର ଲୋକସଭା ପାଇଁ ମଧ୍ୟ ସିପିଏମ ବରିଷ୍ଠ ନେତା ଜନାର୍ଦ୍ଦନ ପତି ପ୍ରଚାର କାର୍ଯ୍ୟ ଆରମ୍ଭ କରିସାରିେଲଣି। ହେଲେ ବିଧାନସଭାରେ କଂଗ୍ରେସ ସହ ଆସନ ବୁଝାମଣା ନେଇ ନିଷ୍ପତ୍ତି ଝୁଲି ରହିଛି ବୋଲି ସିପିଏମ ଓ ସିପିଆଇ େନତା କହିଛନ୍ତି।

ସିପିଏମର ବରିଷ୍ଠ ନେତା ଜନାର୍ଦ୍ଦନ ପତି କହିଛନ୍ତି, ଓଡ଼ିଶାରେ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୭ଟିରେ ସିପିଏମ କଂଗ୍ରେସ ସହ ଆସନ ବୁଝାମଣା ନେଇ ଆଲୋଚନା ଜାରି ରଖିଛି। ଆସନ୍ତା ୧୬ ତାରିଖରେ କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ ବସିବ। ୧୭ ତାରିଖ ବେଳକୁ ଚିତ୍ର ସ୍ପଷ୍ଟ ହେବାର ସମ୍ଭାବନା ରହିଛି ବୋଲି ଜନାର୍ଦନ କହିଛନ୍ତି।

ସୂତ୍ରରୁ ଜଣାପଡ଼ିଛି, ନୀଳଗିରି, ରେମୁଣା, ବଣେଇ, ମୋରଡ଼ା, ପାଲଲହଡ଼ା, ରଣପୁର ଓ ବ୍ରହ୍ମଗିରି ବିଧାନସଭା ଆସନ ପାଇଁ ସିପିଏମ ପ୍ରାର୍ଥୀ ଦେବା ନେଇ ଆଲୋଚନା ଚାଲିଛି। ଅନ୍ୟପଟେ ସିପିଆଇର କେନ୍ଦ୍ର କାର୍ଯ୍ୟକାରୀ କମିଟି ସଭ୍ୟ ଦିବାକର ନାୟକ କହିଛନ୍ତି, କେଂଗ୍ରସ ସହ ସମାନ ୭ଟି ଆସନରେ ଆସନ ବୁଝାମଣା ନେଇ ଆଲୋଚନା ଚାଲିଛି। ଆସନ୍ତା ୧୭ ତାରିଖ ବେଳକୁ ଚିତ୍ର ସ୍ପଷ୍ଟ ହେବ। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ ଛତ୍ରପୁର, ବୌଦ୍ଧ, ବ୍ରଜରାଜନଗର, ବାଲିକୁଦା-ଏରସମା, ଚିତ୍ରକୋଣ୍ଡା, ବେଗୁନିଆ ଓ ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ସିପିଆଇକୁ ଛାଡିବା ଲାଗି ଦଳ ଦାବି ରଖିଛି।

ସମ୍ବନ୍ଧିତ ଖବର