ଚାଷୀଙ୍କ ସମସ୍ୟା ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା କ˚ଗ୍ରେସ କୃଷକ ସେଲ୍‌

ଭୁବନେଶ୍ବର : ବିଜେଡି ଓ ବିଜେପି ସରକାରଙ୍କର ଚାଷୀମାରଣ ନୀତିର ପ୍ରତିବାଦରେ ଚାଷୀଙ୍କ ହକ୍‌ ପାଇଁ ଓଡିଶା ପ୍ରଦେଶ କ˚ଗ୍ରେସ କମିଟି କୃଷକ ସେଲ୍‌ ପକ୍ଷରୁ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଏକ ୧୨ ଜଣିଆ ପ୍ରତିନିଧିମଣ୍ତଳୀ ରାଜ୍ୟପାଳଙ୍କୁ ସାକ୍ଷାତ ଆଲୋଚନା କରି ଏକ ୬ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ସ୍ମାରକପତ୍ରରେ ଉଲ୍ଳେଖ କରାଯାଇଛି ଯେ ଚାଷୀ ଉତ୍ପାଦନ ଖର୍ଚର ଉଚିତ୍‌ ମୂଲ୍ୟ ପାଉନାହିଁ। ଚାଷୀଙ୍କ ବୃହତ୍ତର ସ୍ବାର୍ଥ ପାଇଁ ସରକାର ତୁରନ୍ତ ସମସ୍ତ ଚାଷୀଙ୍କଠାରୁ କୃଷିଋଣ ଛାଡ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୩ ହଜାର ଟଙ୍କାକୁ ବୃଦ୍ଧି ଓ ଚଳିତ ଖରିଫ ଧାନ ସ˚ଗ୍ରହ ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ କ୍ବିଣ୍ଟାଲ ପିଛା ୩୦୦ ଟଙ୍କା ବୋନସ୍‌ ପ୍ରଦାନ, ଫସଲରେ ଚକଡା ଓ ଗୁଣ୍ତିପୋକର ଆଶୁ ପ୍ରତିକାର ଆଦି ନେଇ କ˚ଗ୍ରେସ କୃଷକ ସେଲ୍‌ ଦାବି କରିଛି।

ସମ୍ବନ୍ଧିତ ଖବର