ବିଜେଡିରେ ମିଶିଲେ କଂଗ୍ରେସ ନେତ୍ରୀ

ଭୁବନେଶ୍ବର : କେନ୍ଦ୍ରାପଡ଼ାର କଂଗ୍ରେସ ନେତ୍ରୀ ତଥା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦିକା ମଞ୍ଜୁ ନାୟକ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକଙ୍କ ସହିତ ଶ୍ରୀମତୀ ନାୟକ ନବୀନ ନିବାସ ଆସି ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି। ଶ୍ରୀମତୀ ନାୟକଙ୍କ ବିଜେଡିରେ ଯୋଗଦାନ ଦଳର ସ୍ଥିତିକୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଆହୁରି ମଜବୁତ କରିବ ବୋଲି ଦଳ ସଭାପତି ଶ୍ରୀପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର