୫୨ ଜଣ କଂଗ୍ରେସ ନେତୃମଣ୍ଡଳୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱ

ଭୁବନେଶ୍ୱର:ଚଳିତ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ସୁପାରିଶକ୍ରମେ ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସଂପାଦକ, ଓଡିଶା ପ୍ରଭାରୀ ଶ୍ରୀ ଜିତେନ୍ଦ୍ର ସିଂ ଓ ଟି.ଏସ୍.ସିଂହଦେଓ ୫୪ ଜଣ କଂଗ୍ରେସ ନେତୃମଣ୍ଡଳୀଙ୍କୁ ୩ୟ ଓ ୪ର୍ଥ ପର୍ଯ୍ୟାୟ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଦାୟିତ୍ୱ ଅର୍ପଣ କରିଛନ୍ତି । ୧) ଡଃ କାର୍ତିକେଶ୍ୱର ପାତ୍ର – ଉପସଭାପତି, ଓପିସିସି, ୨) ଉପେନ୍ଦ୍ର କୁମାର ନନ୍ଦ – ସାଧାରଣ ସଂପାଦକ, ୩) କିଷାନ ପଣ୍ଡା – ସାଧାରଣ ସଂପାଦକ, ୪) ଅମୀୟ କୁମାର ପଟ୍ଟନାୟକ – ସଭାପତି, ପୁରୀ ଜିଲ୍ଲା କଂଗ୍ରେସ କମିଟି ତଥା ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଖୋର୍ଦ୍ଧା ଜିଲ୍ଲା, ୫) ଯଜ୍ଞେଶ୍ୱର ବାବୁ – ମୁଖପାତ୍ର, ଓପିସିସି ତଥା ଆବାହକ, ବୁଦ୍ଧିଜୀବୀ ପ୍ରକୋଷ୍ଠ, ଓପିସିସି, ୬) ଚିତରଂଜନ ଷଡଙ୍ଗୀ – ସଂପାଦକ, ପିସିସି, ୭) ଡଃ ବଦ୍ରୀ ନାରାୟଣ ପଟ୍ଟନାୟକ – ଅଧ୍ୟକ୍ଷ, ବୁଦ୍ଧିଜୀବୀ ପ୍ରକୋଷ୍ଠ, ୮) ଜ୍ଞାନଦେବ ବେହୁରା – ମୁଖପାତ୍ର ତଥା ସାଧାରଣ ସଂପାଦକ, ପିସିସି, ୯) ମାନସ ରଂଜନ କର – ସଂପାଦକ, ପିସିସି, ୧୦) ରବିନ୍ଦ୍ର କୁମାର ଶତପଥି – ମୁଖପାତ୍ର, ପିସିସି, ୧୧) ଜିନେଶ କୁମାର ଦାସ – ସଂପାଦକ ପିସିସି, ୧୨) ପ୍ରଭାକର ନାୟକ – ସଂପାଦକ, ପିସିସି, ୧୩) ସ୍ମୃତି ରଂଜନ ସ୍ୱାଇଁ, ସଂପାଦକ, ପିସିସି, ୧୪) ସତ୍ୟ ନାରାୟଣ ପାଣି – ସଂପାଦକ, ପିସିସି, ୧୫) ଶୁଭପ୍ରସାଦ ପଣ୍ଡା – ସଂପାଦକ, ପିସିସି ୧୬) ଆଇନ୍ଜୀବୀ ସିଦ୍ଧାନ୍ତ ମହାନ୍ତି – ସଂପାଦକ, ପିସିସି ୧୭) ରବିନ୍ଦ୍ର ଆଚାର୍ଯ୍ୟ – ମୁଖପାତ୍ର, ପିସିସି ଭାବେ ଘୋଷଣା କରାଯାଇଛି।

ଶ୍ରୀମତୀ ସନ୍ଧ୍ୟା ମହାପାତ୍ରଙ୍କୁ ସମସ୍ତ ବିଧାୟିକା, ସାଂସଦ ପ୍ରାର୍ଥôନୀମାନଙ୍କ ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଅର୍ପଣ କରାଯାଇଥିବା ବେଳେ ଶ୍ରୀ ଦୁଲାଲ ପ୍ରଧାନ, ସୁଧିର ପଣ୍ଡା, ଆଇନ୍ଜୀବୀ ମୋତିଲାଲ ଦାସ, ଦିଲ୍ଲିପ ପଣ୍ଡା, ଶାନ୍ତନୁ କୁମାର ସାହୁ, ସରୋଜ କୁମାର ସାହୁ, ହିନ୍ଦୁ ଜାମୁଡା, ସରୋଜ କୁମାର ପ୍ରଧାନ, ଜୟନ୍ତ କୁମାର ସାହୁ, ଅମୀୟ ପାଣ୍ଡବ, ଶ୍ରୀମତୀ ସ୍ୱରୂପା ତି୍ରପାଠୀ, ମନୋରଞ୍ଜନ ଦାଶ, ଦେବରୂପ ମହାନ୍ତି, ଆସଫ୍ ଅଲ୍ଲୀ ଖାଁ, ଉମାବଲ୍ଲଭ ରଥ, ସୁଧାନିଧି ମହାପାତ୍ର, ମାନସ ମଲ୍ଲିକ, ହଳଧର ସେଠୀ, ଶୁଭେନ୍ଦୁ ମହାନ୍ତି, ଆଲୋକ କୁମାର ଲେଙ୍କା, ଇଂ. ଆକାଶ ଭୂୟାଁ, ନିରୋଦ ଖୁଂଟିଆ, ଶ୍ରୀମତୀ କାଜଲ କିରଣୀ ସାହୁ, ରାଜକିଶୋର ବାରିକ, ବିରେନ୍ଦ୍ର ବାଗ, ଲିଙ୍ଗରାଜ ସାହୁ, ପ୍ରଦୀପ୍ତ କୁମାର ଦାସ, ରାଇଚରଣ ମହାନ୍ତି, ନିହାର ମହାନନ୍ଦ, ରଜନୀ ମହାନ୍ତି, ସୁନୀତା ବାଗ, ବିଧୁଭୂଷଣ ତି୍ରପାଠୀ ଓ ପ୍ରଦୀପ ସ୍ୱାଇଁଙ୍କୁ ୩ୟ ଓ ୪ର୍ଥ ଚରଣ ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡିକରେ ସ୍ୱତନ୍ତ୍ର ସହପର୍ଯ୍ୟବେକ୍ଷକ ରୂପେ ଗୁରୁଦାୟିତ୍ୱ ଅର୍ପଣ କରାଯାଇଥିବା ବେଳେ ଶ୍ରୀ ନରେଶ ମହାନ୍ତିଙ୍କୁ ଗଣମାଧ୍ୟମ ସଂଯୋଜକ ରୂପେ ନିଯୁକ୍ତି ଦିଆଯାଇଛି ବୋଲି ଓଡିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ତରଫରୁ ପିସିସି ମୁଖପାତ୍ର ଶ୍ରୀ ପଦ୍ମାକର ଗୁରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର