ବିଜେଡିରେ ମିଶିଲେ ପିସିସି ସମ୍ପାଦକଙ୍କ ସହ ୫ହଜାରରୁ ଅଧିକ ସମର୍ଥକ

ଭୁବନେଶ୍ବର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ପ୍ରମୋଦ କୁମାର ଜେନାଙ୍କ ନେତୃତ୍ବରେ ଆଜି ପିସିସି ପର୍ଯ୍ୟବେକ୍ଷକ ରଞ୍ଜନ କୁମାର ଦାସ, ଜଗତସିଂହପୁର ଜିଲ୍ଲା କଂଗ୍ରେସ ଉପସଭାପତି ସନ୍ତୋଷ କୁମାର ଦାଶ, କିଶାନ ସେଲ୍‌ ରାଜ୍ୟ ସାଧାରଣ ସମ୍ପାଦକ ନବୀନ ଦାସ ଓ ସମ୍ପାଦକ ବିଶ୍ବନାଥ ପାଣିଙ୍କ ସମେତ ୫ହଜାରରୁ ଅଧିକ କଂଗ୍ରେସ ସମର୍ଥକ ଆଜି ବିଜେଡିରେ ଯୋଗଦେଇଛନ୍ତି। ଏହାସହ ପାରାଦୀପ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ସନ୍ତୋଷ କୁମାର ବିଶ୍ବାଳ, କଂଗ୍ରେସ ସେବା ଦଳ ସାଧାରଣ ସମ୍ପାଦକ ଅଶୋକ ନାଥ, ମହିଳା କଂ‌ଗ୍ରେସ ସମ୍ପାଦିକା ଖୁଲଣା ଜେନା, ଭାଗ୍ୟଲକ୍ଷ୍ମୀ ପଣ୍ଡା, କାଉନସିଲର ମ‌େନାଜ କୁମାର ବେହେରା, ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ଶ୍ରୀକାନ୍ତ ଦାସ, ସୁମିତ୍ରା ଦାସ, କୁଜଙ୍ଗ ବ୍ଲକ୍ ଜୋନ୍‌ -୪ ସଭାପତି ସୁରେନ୍ଦ୍ର ତରାଇ, ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସ୍ବାଇଁ, ବ୍ଲକ ଏସ୍‌ସି ସେଲ୍‌ ଅଧ୍ୟକ୍ଷ ଆଶିଷ ସାମଲ, ପାରାଦୀପ ଟାଉନ୍ କିଶାନ ସେଲ୍‌ ଅଧ୍ୟକ୍ଷ କ୍ଷେତ୍ରମୋହନ ପାଳ, ଜୋନ୍‌-୩ କିଶାନ ସେଲ୍‌ ଅଧ୍ୟକ୍ଷ ସୌମ୍ୟଜିତ ରାଉତ, ଜୋନ୍‌-୧ କିଶାନ ସେଲ୍‌ ଅଧ୍ୟକ୍ଷ ପ୍ରଭାତ କୁମାର ମହାପାତ୍ର, ଜୋନ୍‌-୨ କିଶାନ ସେଲ୍‌ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ବାରିକ, ପାରାଦୀପ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ କବିର ପ୍ରସାଦ ଦାସ, ସନ୍ଦୀପ ରାଉତ, ସରୋଜ ପରିଡ଼ା, ସଂଗ୍ରାମ କେଶରୀ ବିଶ୍ବାଳ, ଛାତ୍ର କଂଗ୍ରେସ ଜିଲ୍ଲା ସାଧାରଣ ସମ୍ପାଦକ ମୁନାରାଜ ସ୍ବାଇଁ, ଯୁବନେତା ଜବାହର ମହାନ୍ତି, ସମାଜସେବୀ ଲୀନା ପରିଡ଼ା ପ୍ରମୁଖ ବିଜେଡିରେ ଯୋଗ ଦେଇଛନ୍ତି।

ବିଜେଡି ସଭାପତି ନବୀନ ପଟ୍ଟନାୟକ ସମସ୍ତଙ୍କୁ ଦଳକୁ ସ୍ବାଗତ କରିବା ସହ କହିଥିଲେ ଯେ, ଏହି ମିଶ୍ରଣ ଦଳକୁ ଜଗତସିଂହପୁର ଓ ପାରାଦୀପରେ ବିଜେଡିକୁ ଅଧିକ ସୁଦୃଢ କରିବ। ପ୍ରମୋଦ ଜେନା ବିଜେଡିରେ ମିଶିବା ପରେ କହିଛନ୍ତି ଯେ, କଂଗ୍ରେସ ତାର ଚିନ୍ତାଧାରା ଓ ବିଚାରଧାରା ଠାରୁ ବହୁ ଦୂରରେ ରହିଛି। ମୁଁ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବ ପ୍ରତି ଆକର୍ଷିତ ହୋଇ ବିଜେଡିରେ ମିଶିଛି।

ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଯୋଗଦାନ କାର୍ଯ୍ୟକ୍ରମରେ ପାରାଦୀପ ପ୍ରାର୍ଥୀ ସମ୍ବିତ ରାଉତରାୟ, ପାରାଦୀପ ନଗର ବିଜେଡି ସଭାପତି ସୁମନ୍ତ ବିଶ୍ବାଳ, ଯୁବ ବିଜେଡି ସାଧାରଣ ସମ୍ପାଦକ ତନ୍ମୟ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର