ବିଧାନସଭା ଅଧିବେଶନର ପ୍ରଥମ ଦିନରେ ହୋହାଲ୍ଲା, ବିଭିନ୍ନ ପ୍ରସଙ୍ଗ ନେଇ ବାଚସ୍ପତିଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ବର: ବିଧାନସଭା ଆରମ୍ଭରୁ ଗୃହରେ ହଙ୍ଗାମା କରିଛି କଂଗ୍ରେସ । ବିଜେପିର ବିଧାୟକ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ ନେଇ ଗୃହରେ କଂଗ୍ରେସ ବିଧାୟକମାନେ ହୋହାଲ୍ଲା କରିଥିବା ଦେଖିବାକୁ ମିଳିଛି । ବିଧିବଦ୍ଧ ଭାବେ ବିରୋଧୀ ଦଳ ନେତା ଘୋଷଣା ନ କରି ବାଚସ୍ପତି ସୂର୍ଯ୍ୟପାତ୍ର ଅଭିଭାଷଣ ଆରମ୍ଭରୁ ପ୍ରଦୀପ୍ତ ନାୟକଙ୍କୁ ବିଜେପି ବିଧାୟକଦଳ ନେତା ସମ୍ବୋଧନ କରିବା ନେଇ ଗୃହରେ କଂଗ୍ରେସ ପ୍ରତିବାଦ କରିଛି । ସେହିପରି ବିଜେଡି ସମର୍ଥିତ ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ମଧ୍ୟ ଗୃହରେ ହଙ୍ଗାମା କରିଛନ୍ତି କଂଗ୍ରେସ ବିଧାୟକ ।

ଷୋଡ଼ଶ ବିଧାନସଭାର ବାଚସ୍ପତି ସୂର୍ଯ୍ୟପାତ୍ରଙ୍କ ନିକଟକୁ ଯାଇ ଉଭୟ ବିଜେଡି-ବିଜେପି ଭାଇ ଭାଇ ବୋଲି ପ୍ରତିବାଦ କରି ଗୃହରେ ହଟ୍ଟଗୋଳ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ, ତାରାପ୍ରସାଦ ବାହିନୀ ପତିଙ୍କ ସମେତ କଂଗ୍ରେସ ଅନ୍ୟ ବିଧାୟକ  । ତେବେ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନର ପ୍ରଥମ ଦିନରୁ କଂଗ୍ରେସ ସରକାରଙ୍କୁ ନିଶାନାକୁ ନେଇଥିବା ଦେଖିବାକୁ ମିଳୁଛି ।

ସମ୍ବନ୍ଧିତ ଖବର