‘ଫନି’ ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଲା କଂଗ୍ରେସ ; ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍, ଜାରି କଲା ହେଲ୍ପଲାଇନ୍ ନମ୍ବର

ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ‘ଫନି’କୁ ନେଇ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ସାମୁଦ୍ରିକ ବାତ୍ୟା ଫନି ଓଡିଶାକୁ ଛୁଇଁ ପଶ୍ଚିମବଂଗ ଆଡକୁ ଗତି କରିବ । ତେବେ ଏନେଇ ରାଜ୍ୟ ସରକାର ସହ ପ୍ରଦେଶ କଂଗ୍ରେସ ମଧ୍ୟ ସହାୟତା ପାଇଁ ହାତ ବଢ଼ାଇଛି । ସାମୁଦ୍ରିକ ଝଡ଼ ‘ଫନି’ ପାଇଁ ପିସିସି ତରଫରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲି ହେଲ୍ପଲାଇନ୍ ନମ୍ବର ଜାରି କରିଛି ପ୍ରଦେଶ କଂଗ୍ରେସ ।

‘ଫୋନି’ ଦ୍ୱାରା ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି, ପୁନରୁଦ୍ଧାର, ଥଇଥାନ, ସହାୟତା ଆଦିକୁ ଲକ୍ଷ୍ୟ ରଖି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ୩ ଜଣିଆ କମିଟି ଗଠନ କରିଛନ୍ତି । ପିସିସି ଉପସଭାପତି ଶିବାନନ୍ଦ ରାୟ, ଯଜ୍ଞେଶ୍ବର ବାବୁ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ତତ୍ୱାବଧାନରେ ଆସନ୍ତା କାଲି ପୂର୍ବାହ୍ନ ୧୧ଟା ଠାରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନ ଠାରେ ୨୪ ଘଣ୍ଟିଆ କଂଟ୍ରୋଲ ରୁମ୍ ଖୋଲାଯିବ ।

ଅନ୍ୟପଟେ ଉକ୍ତ କଂଟ୍ରୋଲ ରୁମକୁ ପରିଚାଳନା କ୍ଷେତ୍ରରେ ୧୦ ଜଣିଆ କଂଗ୍ରେସ ସଦସ୍ୟ ସହାୟତା କରିବେ । ତେବେ ‘ଫୋନି’ ବିଷୟରେ ଜାଣିବା ପାଇଁ ହେଲ୍ପଲାଇନ୍ ନମ୍ବର ଯଥା- ୯୪୩୭୧୯୨୧୬୧, ୮୨୭୦୦୦୭୦୦୦, ୭୪୪୦୦୧୯୧୯୯, ୭୪୪୦୦୧୯୧୯୮, ୯୨୩୭୦୧୦୯୩୯, ୯୯୩୭୯୪୮୮୬୮, ୮୧୧୪୮୦୫୬୧୬, ୭୩୭୭୦୫୮୬୬୨ ଏବଂ ୯୯୩୭୧୭୭୦୪୮ରେ ସହାୟତା ଯୋଗାଇବା ପାଇଁ କଂଗ୍ରେସ ତରଫରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର