ସମଭାବାପନ୍ନ ଦଳ ସହ ହାତ ମିଳାଇବ କଂଗ୍ରେସ

ନରସିଂହଙ୍କ ଅଧ୍ୟକ୍ଷତାରେ କମିଟି, ଅନନ୍ତ, ଜଗନ୍ନାଥ ସଦସ୍ୟ, ବାମଦଳ ସହିତ କଥାବାର୍ତା ପରେ ଅନ୍ୟଦଳ ସହ ଆଲୋଚନା

ଭୁବନେଶ୍ବର : ରାଜ୍ୟ ସରକାରକୁ କ୍ଷମତାଚ୍ୟୁତ କରିବା ଲାଗି ପ୍ରଦେଶ କେଂଗ୍ରସ କମିଟି ଆଉ ଏକ ପଦକ୍ଷେପ ନେଇଛି। ଆସନ୍ତା ନିର୍ବାଚନରେ ସମଭାବାପନ୍ନ ଦଳ ସହିତ ଆସନ ବୁଝାମଣା େହବ। କେଂଗ୍ରସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଭଳି ପ୍ରସ୍ତାବ ଉପରେ ସହମତି ପ୍ରକାଶ କରି ରାଜ୍ୟ କେଂଗ୍ରସକୁ ଆେଲାଚନା ଲାଗି କ୍ଷମତା େଦଇଛନ୍ତି। ଏହାକୁ ଆଧାର କରି ପ୍ରଦେଶ କେଂଗ୍ରସ କମିଟି ବିେରାଧୀ ଦଳ େନତା ନରସିଂହ ମିଶ୍ରଙ୍କୁ ବାମ ଦଳ ସହିତ ଆେଲାଚନା କରିବା ଲାଗି କହିଛି। ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାେର ଏକ କମିଟି ଗଠନ େହାଇଛି, େଯଉଁଥିରେ, ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ ଓ ଅନନ୍ତ ପ୍ରସାଦ ସେଠୀ ସଦସ୍ୟ ଅଛନ୍ତି। ଏହି କ୍ରମରେ ବାମ ଦଳ ସହିତ କେଂଗ୍ରସ ହାତ ମିଳାଇବାକୁ ପ୍ରସ୍ତୁତି ଆରମ୍ଭ େହାଇଛି। ଆଜି ଏ ସଂକ୍ରାନ୍ତ ପ୍ରାରମ୍ଭିକ ଆେଲାଚନା େହବାର ଥିଲା। ମାତ୍ର ଏହା େଶଷ ମୁହୂର୍ତରେ ସ୍ଥଗିତ ରଖାଯାଇଛି।

ଉେଲ୍ଲଖଯୋଗ୍ୟ, ପିସିସି ସଭାପତି ନିରଂଜନ ପଟ୍ଟନାୟକ ଦାୟିତ୍ୱ ନେବା ପରେ କଂଗ୍ରେସ ଭବନରେ ଡାକିଥିବା ଏକ କାର୍ଯ୍ୟକ୍ରମରେ ବାମପନ୍ଥୀ ନେତାମାନଙ୍କର ଉପସ୍ଥିତିରୁ ନିର୍ବାଚନୀ ବୁଝାମଣାର ସଙ୍କେତ ମିଳୁଥିଲା। ଏେବ ବାମଦଳ ସହିତ ଆେଲାଚନା େହବା ପରେ ଅନ୍ୟ ଦଳ ସହିତ ବି କଥାବାର୍ତା େହବ।

ମିଳିଥିବା ସୂଚନା ଅନୁସାରେ, ବାମପନ୍ଥୀ କେତେ ଆସନ ଚାହୁଁଛନ୍ତି ଓ କେଉଁ କେଉଁ ଆସନ ଚାହୁଁଛନ୍ତି ସେ ସମ୍ପର୍କରେ ସେମାନଙ୍କଠାରୁ ପ୍ରସ୍ତାବ ଗ୍ରହଣ କରାଯିବ। ରାଜ୍ୟର କେଉଁ ଅଂଚଳରେ ସେମାନଙ୍କର ଅଧିକ ପ୍ରଭାବ ରହିଛି ଓ କେତେ ଆସନ ଛାଡ଼ିଲେ ଦଳ ପାଇଁ ଠିକ ହେବ େସ େନଇ ତର୍ଜମା େହବ। ଏଆଇସିସି ପାଖରେ ପ୍ରସ୍ତାବ ରଖାଯିବ। ହାଇକମାଣ୍ଡ ଏହାକୁ ଅନୁଧ୍ୟାନ କରିବା ପରେ ଯେଉଁ ନିଷ୍ପତ୍ତି ନେବେ ତାକୁ ଚୂଡ଼ାନ୍ତ ରୂପରେଖ ଦିଆଯିବ ବୋଲି ସୂଚନା ମିଳୁଛି। ଏହା ପରେ ଯାଇ କେଂଗ୍ରସ ପାର୍ଥୀ ତାଲିକା ରୂପରେଖ ଚୂଡାନ୍ତ େହବ।

ସମ୍ବନ୍ଧିତ ଖବର