ପରୀକ୍ଷାର୍ଥୀଙ୍କ ଛାତିରେ ଏସ୍‌.ସି., ଏସ୍‌.ଟି. ମୋହର : କଂଗ୍ରେସର ପ୍ରତିବାଦ ସଭା, ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର : ମଧ୍ୟ ପ୍ରଦେଶ ରାଜ୍ୟରେ ପୋଲିସ ଇଣ୍ଟରଭ୍ୟୁ ସମୟରେ ପରୀକ୍ଷାର୍ଥୀଙ୍କ ଛାତିରେ ଏସ୍‌.ସି. ଏବଂ ଏସ୍‌.ଟି. ମୋହର ଲଗାଇ ଅନୁସୂଚିତ ଜାତି, ଜନଜାତି ପ୍ରାର୍ଥୀ ଚିହ୍ନଟ ପ୍ରତିବାଦରେ ଆଜି ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଭୁବନେଶ୍ୱର ରାଜଭବନ ନିକଟରେ ଏକ ପ୍ରତିବାଦ ସଭା ବିଭାଗୀୟ ଅଧ୍ୟକ୍ଷ ତଥା ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।  ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ, ମଧ୍ୟ ପ୍ରଦେଶ ସରକାରଙ୍କର ଏତାଦୃଶ କାର୍ଯ୍ୟ ଅନୁସୂଚିତ ଜାତି ଓ ଜନଜାତିଙ୍କ ପ୍ରତି ଅପମାନ ସଦୃଶ ଓ ଏହି ବର୍ଗର ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଆଇନର ଉଲ୍ଲଂଘନ।  ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଜୟଦେବ ଜେନା, ଅନନ୍ତ ପ୍ରସାଦ ସେଠୀ, ଶରତ ପଟ୍ଟନାୟକ,  ସୁରେଶ ରାଉତରାୟ, ଗଣେଶ୍ୱର ବେହେରା ପ୍ରମୁଖ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ପରେ ଏକ କଂଗ୍ରେସର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ରାଜଭବନଠାରେ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର