ଭୁବନେଶ୍ୱର: ଦେଶରେ ପେଟ୍ରୋଲ,ଡ଼ିଜେଲ୍ ଏବଂ ଗନ୍ଧନ ଗ୍ୟାସ ଦରରେ ଅହେତୁକ ବୃଦ୍ଧି ଏବଂ କେନ୍ଦ୍ରର ବିଜେପି ସରକାର ତାହାକୁ ଜିସ୍ଟି ପରିସରଭୁକ୍ତ କରୁ ନଥିବା ତଥା ରାଜ୍ୟରେ ବିଜେଡ଼ି ସରକାର ପେଟ୍ରୋଲିଅମ୍ ସାମଗ୍ରୀ ଉପରୁ ଭାଟ୍ ହ୍ରାସ କରୁନଥିବା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ସର୍ବଭାରତୀୟ ବନ୍ଦ ଆହ୍ଵାନ୍ ସମଗ୍ର ଓଡ଼ିଶାରେ ସଫଳ ହୋଇଛି ବୋଲି କହିଛନ୍ତିଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ।
Sambad is now on WhatsApp
Join and get latest news updates delivered to you via WhatsApp
କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି କହିଥିଲେ କି ବନ୍ଦପାଳନ ସମୟରେ କୌଣସି କିଛି ଅପ୍ରୀତିକର ପରିସ୍ଥିତି ଘଟିନାହିଁ। ପ୍ରଥମ ଥର ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ,କୌଣସି ଜରୁରୀ କାମରେ ଯାଉଥିବା ବ୍ୟକ୍ତି,ଭିନ୍ନକ୍ଷମଙ୍କ ଯାତ୍ରାରେ ଯେଭଳି କୌଣସି ବାଧା ସୃଷ୍ଟି ନ ହୁଏ ତାହା ନିଶ୍ଚିତ କରିବାକୁ କଂଗ୍ରେସର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଏକ କଂଟ୍ରୋଲ ରୁମ୍ ଖୋଲାଯାଇଥିଲା। ଯାନବାହାନ ଚଳାଚଳ ସହିତ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ,ସ୍କୁଲ କଳେଜ ଆଦି ବନ୍ଦ ରହିଥିଲା। ସରକାରୀ କାର୍ଯ୍ୟାଳୟ ଖୋଲାଥିଲେ ମଧ୍ୟ ଉପସ୍ଥାନ ନଗଣ୍ୟ ରହିଥିଲା।ଅନେକ ସ୍ଥାନରେ ବ୍ୟାଙ୍କ ବନ୍ଦ ଥିବା ଦେଖିବାକୁ ମିଳିଥିଲା। କଂଗ୍ରେସର ବନ୍ଦ ଡାକରାକୁ ମିଳିଥିବା ଅଭୂତପୂର୍ବ ସମର୍ଥନରୁ ସ୍ପଷ୍ଟ ଭାବରେ ଜଣାଯାଇଛି ଯେ ତୈଳ ଦର ବୃଦ୍ଧିକୁ ନେଇ ମୋଦି ଓ ନବୀନ ସରକାରଙ୍କ ପ୍ରତି ସାଧାରଣରେ ଅସନ୍ତୋଷ ତୀବ୍ର ଆକାର ଧାରଣ କରିଛି। ଏଭଳି ଶାନ୍ତିପୂର୍ଣ୍ଣ ବନ୍ଦପାଳନ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା।
କଂଗ୍ରେସର ବନ୍ଦ ଡାକରା ପ୍ରତି ଜନସାଧାରଣଙ୍କର ସ୍ୱତଃସ୍ଫୁର୍ତ ସମର୍ଥନ ମିଳିଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ସେମାବାର ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିଲେ ମଧ୍ୟ ତାହା ପରବର୍ତୀ ସମୟରେ ରାସ୍ତାରେ ଗାଡ଼ିମଟର ଚଳାଚଳ କର ିନ ଥିଲେ। ବନ୍ଦ ପାଳନ ଯୋଗୁୁଁ ବସ,ଟ୍ରେନ ଚଳାଚଳ ବନ୍ଦ ରହିଥିଲା। ଏହି କାରଣରୁ ସୋମବାର ପୂର୍ବତଟ ରେଳପଥର ୧୦ ଯୋଡ଼ା ଟ୍ରେନକୁ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଇଥିଲା। ଏତଦ୍ବ୍ୟତୀତ ବହୁ ଦୂରଗାମୀ ଟ୍ରେନ ବିଭିନ୍ନ ସ୍ଥାନରେ ଅଟକି ରହିଥିଲା। କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି କେନ୍ଦ୍ର ବିଜେପି ସରକାର ତୈଳଦରରେ ବେଲଗାମ ବୃଦ୍ଧର ପ୍ରତିବାଦ କରିଥିଲେ।