ଭୁବନେଶ୍ୱର: ଆଗାମୀ ସେପ୍ଟେମ୍ବର ୧୦ରେ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯିବା ପରେ ରାଜ୍ୟ ସରକାର ସମସ୍ତ ସ୍କୁଲ ଗୁଡ଼ିଗ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୋମବାର ସମସ୍ତ ସ୍କୁଲ ଛୁଟି ରହିବ ବୋଲି ଘୋଷଣା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଶନିବାର ଏହି ସୂଚନା ଦେବା ପରେ କଂଗ୍ରେସ କହିଛି, ବନ୍ଦରୁ ସ୍କୁଲ ବସ୍କୁ ବାଦ ଦିଆଯାଇଛି। ମେଡିସିନ ଷ୍ଟୋର ଗୁଡ଼ିକୁ ବନ୍ଦ କରାଯିବ ନାହିଁ ବୋଲି କଂଗ୍ରେସ କହିଛି। ସେହିପରି କଂଗ୍ରେସ କର୍ମକର୍ତ୍ତାମାନେ ପରୀକ୍ଷାର୍ଥୀ, କ୍ଷୀର ଭ୍ୟାନ୍ ଓ ଆମ୍ବୁଲାନ୍ସକୁ ଅଟକାଇବେ ନାହିଁ ବୋଲି ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଆଗାମୀ ୧୦ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି। କଂଗ୍ରେସ ଗୁରୁବାର କହିଛି କ୍ରମାଗତ ଭାବରେ ପେଟ୍ରୋଲ ଦର ବୃଦ୍ଧି ହେଉଥିବାରୁ ସାଧାରଣ ଜନତା ଅତିରିକ୍ତ ଖର୍ଚ୍ଚାନ୍ତ ହେଉଛନ୍ତି। କ୍ରମାଗତ ଭାବରେ ପେଟ୍ରୋଲ ଦର ବଢୁଥିବାରୁ ସାଧାରଣ ଜନତାଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିଛି।