ଭୁବନେଶ୍ବର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୧ତମ ସହିଦ ଦିବସ ପାଳନ ଚାଲିଥିବା ବେଳେ ଅଖିଳ ଭାରତ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ସ˚ପାଦିକା ପୂଜା ସକୁନ ପାଣ୍ତେଙ୍କ ସମେତ ଅନ୍ୟ ସଦସ୍ୟମାେନ ଗାନ୍ଧିଜୀଙ୍କୁ ଅପମାନିତ କରିଥିଲେ। ସେମାନେ ଗାନ୍ଧିଜୀଙ୍କ ଫଟୋକୁ ଗୁଳି ମାରିବା ସହ ମହାତ୍ମା ନାଥୁରାମ ଗଡ୍ସେ ଅମର ରହେ ନାରାବାଜି କରିଥିଲେ। ଏଭଳି ଘଟଣାକୁ କଂଗ୍ରେସ ଦଳ ଘୋର ବିରୋଧ କରି ଏହା ଅତ୍ୟନ୍ତ ଲଜ୍ଜାଜନକ ଓ ଦେଶଦ୍ରୋହ କାର୍ଯ୍ୟ ବୋଲି ଅଭିହିତ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହାର ପ୍ରତିବାଦରେ ଆଜି ପ୍ରଦେଶ କ˚ଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଚନ୍ଦ୍ରଶେଖରପୁର ଗାନ୍ଧୀ ପାର୍କର ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ତଳେ ଏକ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା। ଦେଶରେ ଶାନ୍ତି ଓ ସଦ୍ଭାବନା ବଜାୟ ରଖିବା ସହ ଜାତିର ପିତାଙ୍କୁ ଅପମାନ କରିଥିବା ସା˚ପ୍ରଦାୟିକ ସ˚ଗଠନ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କ˚ଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ଶରତ ରାଉତ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସମୀର କୁମାର ରାଉତରାୟ, ବିରେନ୍ ମୋହନ ପଟ୍ଟନାୟକ, ସୁମିତ୍ରା ଜେନା, ମନୋଜ ଜେନା, ଜ୍ୟୋତିଷ ସାହୁ, ମନୋରଞ୍ଜନ ଦାଶ, ରବିନ୍ଦ୍ର ବେହେରା, କୁଳମଣି ସାହୁ, ଏମ୍.ଡି. ଶାହାଦୁଲ୍ଲା, ରାଜକିଶୋର ଦାସ, ତ୍ରିନାଥ ସାହୁ, ଚିନ୍ମୟ ବେହୁରା, ସୁଶାନ୍ତ ତ୍ରିପାଠୀ, ନିରଦ ଖୁଣ୍ଟିଆ, ମନୋରଞ୍ଜନ ରାଉତରାୟ, ଲିଙ୍ଗରାଜ ସାହୁ, ସ˚ଜୟ ପରିଡା, ସ୍ବାଧୀନବାଳା ଦାସ, ଗୀତାଞ୍ଜଳି ଛୋଟରାୟ, ଅଜୟ ମହାନ୍ତି ପ୍ରମୁଖ ଅ˚ଶଗ୍ରହଣ କରିଥିଲେ।