୨୫ରୁ କ˚ଗ୍ରେସର କେନ୍ଦ୍ରୀୟ ସ୍କ୍ରିନି˚ କମିଟିର ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ

ଭୁବନେଶ୍ବର : ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଏଆଇସିସି କେନ୍ଦ୍ରୀୟ ସ୍କ୍ରିନି˚ କମିଟି ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ କରିବ। ଏଥର ସ୍କ୍ରିନି˚ କମିଟି ଅଧ୍ୟକ୍ଷ ଭି.ଡି. ସଥୀସାନ, ସଦସ୍ୟ ନୌସାଦ ସୋଲାଙ୍କି ଓ ଜିତିନ୍‌ ପ୍ରସାଦ ଓଡ଼ିଶା ଗସ୍ତରେ ଆସୁଛନ୍ତି। ‌ପ୍ରଥମ ପର୍ଯ୍ୟାୟ ଭଳି ସେମାନେ ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ପ୍ରାର୍ଥୀ ଚୟନ ସ˚ପର୍କରେ ମତାମତ ଓ ତଥ୍ୟ ସ˚ଗ୍ରହ କରିବେ।

କମିଟି ଅଧ୍ୟକ୍ଷ ଶ୍ରୀ ସଥୀସନ ୨୫ ଓ ୨୬ ତାରିଖରେ ବାରିପଦାରେ ରହି ମୟୂରଭଞ୍ଜ, କେନ୍ଦୁଝର ଲୋକସଭା ଓ ବାଲୋ୍ବର ଲୋକସଭା ଓ ଏସବୁ ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ତଳୀରେ ତାଙ୍କର କାର୍ଯ୍ୟକ୍ରମ ଜାରି ରଖିବେ। ସେହିପରି ଶ୍ରୀ ସୋଲାଙ୍କି ୨୫ ଓ ୨୬ ତାରିଖରେ ସମ୍ବଲପୁର ଜିଲ୍ଲା କ˚ଗ୍ରେସ କାର୍ଯ୍ୟାଳୟରେ ରହି ସମ୍ବଲପୁର ଲୋକସଭା, ବରଗଡ ଲୋକସଭା, ସୁନ୍ଦରଗଡ ଲୋକସଭା ଓ ବଲାଙ୍ଗୀର ଲୋକସଭା ଓ ଏ ସମସ୍ତ ଲୋକସଭା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ତଳୀର ପ୍ରାର୍ଥୀ ଚୟନ ପାଇଁ ମତାମତ ଓ ତଥ୍ୟ ସ˚ଗ୍ରହ କରିବେ। ସେହିଭଳି ସଦସ୍ୟ ଜିତିନ୍‌ ପ୍ରସାଦ ଭୁବନେଶ୍ବର କ˚ଗ୍ରେସ ଭବନରେ ୨୭ ତାରିଖରେ କନ୍ଧମାଳ ଓ ଯାଜପୁର ଲୋକସଭା ଓ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ତଳୀ ଏବ˚ ସମ୍ବଲପୁର ଲୋକସଭା ଓ ଏହା ଅନ୍ତର୍ଗତ ଛେଣ୍ତିପଦା ଏବ˚ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ତଳୀରୁ ମତାମତ ଓ ତଥ୍ୟ ସ˚ଗ୍ରହ କରିବେ ବୋଲି ପ୍ରଦେଶ କ˚ଗ୍ରେସ କମିଟିର ସାଧାରଣ ସ˚ପାଦକ ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର