ଓଡ଼ିଶାକୁ ଅବହେଳା ପ୍ରସଙ୍ଗରେ ଘେରିଲା କଂଗ୍ରେସ : ସେବେ ଗର୍ଜୁଥିଲେ, ଏବେ ଚୁପ୍!

ହଠାତ୍ ବିଜେଡି ଆଚରଣରେ ପରିବର୍ତନ କାହିଁକି?, ଖୋର୍ଧା-ବଲାଙ୍ଗୀର ରେଳପଥ କଥା କହିଲେ ସାଲୁଜା, ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ପ୍ରସଙ୍ଗ ଉଠାଇଲେ ତାରା

ଭୁବନେଶ୍ବର : କଥା କଥାରେ େକନ୍ଦ୍ରୀୟ ଅବହେଳା ନେଇ ଗର୍ଜୁଥିବା ବିଜେଡିର ନିରବତା ପ୍ରସଙ୍ଗରେ ଆଜି କଂଗ୍ରେସ ବିଧାୟକମାେନ ପ୍ରଶ୍ନ ଉଠାଇଛନ୍ତି। ଶୂନ୍ୟକାଳରେ ପୃଥକ୍ ପୃଥକ୍ ଘଟଣା ସଂପର୍କରେ ଅବତାରଣା କରିବା ବେଳେ ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ବିଧାୟକ ତାରା ପ୍ରସାଦ ବାହିନୀପତି ରାଜ୍ୟ ସରକାରଙ୍କୁ ଆଙ୍ଗୁଠି ଉଠାଇବାକୁ ଭୁଲିନାହାନ୍ତି। ଉଭୟ ବିଧାୟକଙ୍କ ଅଭିେଯାଗ ପରେ ବିେଜଡିର ଆଚରଣ ପରିବର୍ତନ ପ୍ରସଙ୍ଗକୁ ନେଇ ଚର୍ଚ୍ଚା େଜାର ଧରିଛି।

ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଶ୍ରୀ ସାଲୁଜା କହିଥିଲେ, ରେଳ ବଜେଟକୁ ସମସ୍ତେ ସ୍ବାଗତ କରୁଛନ୍ତି। କିଭଳି ଭାବେ ଏହା ସ୍ବାଗତଯୋଗ୍ୟ, ବୁଝା ପଡୁନାହିଁ। ବିଜେଡିର ସ୍ବର ହଠାତ୍ କାହଁକି ଶୁଭୁନାହିଁ, ତାହା ବି ଜଣା ପଡୁନାହିଁ। ୨୩ଜଣ ବିଧାୟକ ଥିବା ସତ୍ତ୍ବେ ବିେଜପିକୁ େଗାଟିଏ ରାଜ୍ୟସଭା ଆସନ ମାଗଣାରେ ମିଳିଲା। ତା’ପରେ ବି ଓଡ଼ିଶା ସ୍ବାର୍ଥ ପ୍ରତି ସେମାନେ ଧ୍ୟାନ ଦେବେନାହିଁ। େଖାର୍ଧା-ବଲାଙ୍ଗୀର େରଳପଥ ପ୍ରସଙ୍ଗ ଉଠାଇ ଶ୍ରୀ ସାଲୁଜା କହିଥିଲେ, ୨୮୯ କିେଲାମିଟର ଏହି େରଳ ପ୍ରକଳ୍ପ ପ୍ରସ୍ତୁତି ବେଳେ ଏହାର ବ୍ୟୟ ଅଟକଳ ଥିଲା ୭୦୦ େକାଟି। ଉପା ସରକାର େକବେ ୧୫୦ େକାଟି, କେବେ ୨୦୦ େକାଟି େଦଉଥିଲେ। ୨୦୧୫ ମସିହାରେ ରାଜ୍ୟ ସରକାର ଖର୍ଚ୍ଚର େଗାଟିଏ ଭାଗ ଦେବାକୁ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି। କିନ୍ତୁ ଦେଖାଯାଉଛି େଯ ପ୍ରକଳ୍ପର େମାଟ ବ୍ୟୟ ଅଟକଳ ବଢ଼ିଚାଲିଛି ଓ େକନ୍ଦ୍ର ସରକାରଙ୍କ ଅନୁଦାନ କମିଚାଲିଛି। ୨୦୧୮-୧୯ରେ େମାଟ ବ୍ୟୟ ଅଟକଳ ବଢ଼ି ୩୯୨୫ େକାଟି ଛୁଇଁଥିଲା। ଏବେ ୪୦୦୦ େକାଟି ଛୁଇଁସାରିଲଣି। ଅଥଚ େକନ୍ଦ୍ର ସରକାର ୨୦୧୭-୧୮ରେ ୭୨୫ େକାଟି ଦେଇଥିଲେ ,୨୦୧୮-୧୯ରେ ଏହା ୬୨୫ େକାଟିକୁ କମିଲା ଏବଂ ୨୦୧୯-୨୦ରେ ମାତ୍ର ୩୫୦ େକାଟି ଟଙ୍କା ଦିଆଯାଇଛି।

ବର୍ତମାନର ଚିତ୍ର େହଉଛି, ମାତ୍ର ୧୩୧ କିେଲାମିଟର େରଳପଥ ନିର୍ମାଣ େହାଇଛି ଓ ୧୫୮ କିେଲାମିଟର ବାକି ଅଛି। େଖାଦ୍ ପ୍ରଧାନମନ୍ତ୍ରୀ ବଲାଙ୍ଗୀର ଗସ୍ତରେ ଆସି କହିଥିଲେ, ୨୦୨୧ ସୁଦ୍ଧା େରଳ ଚଳାଚଳ େହବ। କିନ୍ତୁ ଏମିତି ଗତିରେ କାମ ଚାଲିଛି େଯ ଆମ ଜୀବଦଶାରେ େରଳ ଚଳାଚଳ େହବ ନାହିଁ। ଉପା ସରକାର ସମୟରେ ପ୍ରତି କଥାରେ ରାଜଭବନ ଯାଉଥିବା ଓ ଗାନ୍ଧୀମୂର୍ତି ତଳେ ଧାରଣା େଦଉଥିବା ବିଜେଡି କାହିଁକି ଚୁପ୍ େବାଲି ଶ୍ରୀ ସାଲୁଜା ପ୍ରଶ୍ନ କରିଥିଲେ।

ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ଓଡ଼ିଶାର କୌଣସି ପ୍ରକଳ୍ପ ସାମିଲ ନ େହବା ପ୍ରସଙ୍ଗ ଉଠାଇବା ଆଳରେ ଅନୁରୂପ ଅଭିେଯାଗ ଆଣିଥିଲେ ଶ୍ରୀ ବାହିନୀପତି। େକନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ବିଜେଡିର ନିରବ କାହିଁକି େବାଲି ପ୍ରଶ୍ନ କରି ଏକଦା କିଭଳି ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଗର୍ଜନ କରୁଥିଲେ, େସ କଥା ବଖାଣିଥିଲେ। ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ ବିେଜଡିର ପରିବର୍ତିତ ଆଚରଣ ସଂପର୍କରେ ସାଧାରଣରେ ଚର୍ଚ୍ଚା େହଲାଣି େବାଲି ମଧ୍ୟ ଶ୍ରୀ ବାହିନୀପତି ଆକ୍ଷେପ କରିଥିଲେ।

ସମ୍ବନ୍ଧିତ ଖବର