ପ୍ରଧାନମନ୍ତ୍ରୀଙ୍କ ହୋର୍ଡିଂ ହଟାଇବାକୁ ଦାବିକଲା କ˚ଗ୍ରେସ

ଭୁବନେଶ୍ବର : ରାଜ୍ୟରେ ନିର୍ବାଚନ ଆଚରଣବିଧି ଲାଗୁ ହୋଇସାରିଛି। ଏହା ସତ୍ତ୍ବେ କେନ୍ଦ୍ର ସରକାରଙ୍କ କିଛି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ହୋର୍ଡିଂ ବର୍ତମାନ ସୁଦ୍ଧା ହଟାଯାଇ ନାହିଁ। ଏ ନେଇ କ˚ଗ୍ରେସ ଦଳ ପକ୍ଷରୁ ଗଭୀର ଅସନ୍ତୋଷ ବ୍ୟକ୍ତ କରାଯାଇଛି। ଏ ସଂପର୍କରେ ପ୍ରଦେଶ କ˚ଗ୍ରେସ ଉପସଭାପତି ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଖୋଲାଯାଇଥିବା ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷକୁ ଟେଲିଫୋନ ଯୋଗେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗର ସମାଧାନ କରାଯିବ ବୋଲି ସ˚ପୃକ୍ତ କର୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର