ବିଜେଡିରେ ମିଶିଲେ ଖୋର୍ଦ୍ଧା ଓ କଟକ ଜିଲ୍ଲା କଂଗ୍ରେସର ଉପସଭାପତି ଏବଂ ସମ୍ପାଦକ

ଭୁବନେଶ୍ବର : ବିଜୁ ଜନତା ଦଳରେ ଯୋଗଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ଉପସଭାପତି ତଥା ଜଟଣୀ ବ୍ୟବସାୟୀ ମହାସଂଘ ସଭାପତି ସୁଦର୍ଶନ ସୁନ୍ଦରାୟ। ଆଜି ନବୀନ ନିବାସରେ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜଟଣୀ ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟଙ୍କ ନେତୃତ୍ବରେ ଶ୍ରୀ ରାୟଙ୍କ ସମେତ ଶତାଧିକ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର କର୍ମୀମାେନ ବିଜେଡିରେ ସାମିଲ ହୋଇଥିଲେ।

ସେହିପରି କଟକ ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ଵାଲିବ୍ ପଟେଲ ତାଙ୍କ ସମର୍ଥକଙ୍କ ସହ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଏହି ଯୋଗଦାନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦଳ ସଭାପତି ଶ୍ରୀ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର