ଶିଶୁ ଭବନରେ ଯୋଡ଼ା ଶିଶୁ : ତିନି ଆଖି, ଚାରି ଗୋଡ଼, ହାତ

କଟକ/କେନ୍ଦ୍ରାପଡ଼ା : ରାଜ୍ୟରେ ଜଗା-ବଳିଆ ଏବଂ ଗଙ୍ଗା-ଯମୁନାଙ୍କ ଭଳି ଆଜି ଆଉ ଏକ ଯୋଡ଼ା ଶିଶୁ ଜନ୍ମ ନେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମ ନେଇଥିବା ଏହି ଶିଶୁଙ୍କୁ ଅସୁସ୍ଥ ଅବସ୍ଥାରେ ଶିଶୁଭବନରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ରାଜନଗର କେରେଡ଼ାଗଡ଼ ଅଞ୍ଚଳର ରୁକ୍‌ସାନା ବିବି ନାମକ ଜଣେ ମହିଳା ଗତକାଲି ରାତି ପ୍ରାୟ ୧୧ଟା ପ୍ରସବ ଜନିତ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ପରିବାର ଲୋକେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ରାତି ପ୍ରାୟ ୩ଟା ବେଳେ ତାଙ୍କର ଏକ ଯୋଡ଼ା ଶିଶୁ ଜନ୍ମ ହୋଇଥିଲା । ଉକ୍ତ ଶିଶୁର ଚାରିଟି ଗୋଡ଼, ଚାରିଟି ହାତ, ଦୁଇଟି ମୁଣ୍ଡ ସହିତ ତିନିଟି ଆଖି ଥିବା ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ଶିଶୁଭବନକୁ ପଠାଯାଇଥିଲା। ଆଜି ଶିଶୁଭବନରେ ସେମାନଙ୍କ ଚିକିତ୍ସା ଚାଲିଛି ।

ସମ୍ବନ୍ଧିତ ଖବର