ମୁଣ୍ଡକୁ ଗୁଳିକରି କନେଷ୍ଟବଳଙ୍କ ଆତ୍ମହତ୍ୟା

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଯୁବ ପୁଲିସ ‌କନେଷ୍ଟବଳ ସୁନିଲ ମହାନନ୍ଦିଆ ନିଜ ସର୍ଭିସ ବନ୍ଧୁକରୁ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି।

ସୂଚନା ଅନୁଯାୟୀ, ଓଡ଼ିଶା ପୁଲିସରେ କନେଷ୍ଟବଳ ଥିବା ସୁନିଲ ମହାନନ୍ଦିଆ ସ୍ଥାନୀୟ ଝାଟିମାଟି କଲୋନିରେ ରହୁଥିଲେ। ନିର୍ବାଚନ ପାଇଁ ତାଙ୍କୁ କଂଗ୍ରେସ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ସୁରକ୍ଷା ଦାୟିତ୍ବ ଦିଆଯାଇଥିଲା। ୧୧ତାରିଖ ଦିନ ମତଦାନ ପରେ ଗତକାଲି ସେ ଘରକୁ ଫେରିଥିଲେ। ମାନସିକ ଚାପରେ ରହିଥିବା ବେଳେ ଆଜି ସକାଳେ ନିଜ ବନ୍ଧୁକରୁ ମୁଣ୍ଡକୁ ଗୁଳି କରିଥିଲେ। ଗୁଳି ଶବ୍ଦ ଶୁଣି ଆଖପାଖରେ ରହୁଥିବା ଲୋକ ତାଙ୍କ ଘରେ ପହଞ୍ଚିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମେଡିକାଲକୁ ବି ନେଇଥିଲେ। ସେଠାରେ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ମୃତ୍ୟୁ ପୂର୍ବରୁ ଗଣ୍ଡଗୋଳ ହୋଇଥିବା କୁହାଯାଉଛି। ତେବେ କାହା ସହ ପାଟିତୁଣ୍ଡ ହୋଇଥିଲା ଜଣାପଡ଼ିନି। ଖବର ପାଇ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର