୧୧ତାରିଖରେ ବିଧାନସଭା ଘେରିବେ ଠିକା କର୍ମଚାରୀ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ପୌର ସଂସ୍ଥାରେ କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବା ଦାବି ନେଇ ଓଡ଼ିଶା ଅସ୍ଥାୟୀ ପୌର କର୍ମଚାରୀ ମହାସଂଘର ବିଧାନସଭା ସମ୍ମୁଖରେ ଚାଲିଥିବା ଧାରଣା ୧୦ମ ଦିନରେ ପହଞ୍ଚିଛି। ଆସନ୍ତା ସୋମବାର ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ରାଜ୍ୟର ସମସ୍ତ ଠିକା କର୍ମଚାରୀ ସାମିଲ ହେବେ ବୋଲି ରାଜ୍ୟ ଠିକା କର୍ମଚାରୀ ମହାସଂଘର ସଭାପତି ଅମର ନାୟକ ସୂଚନା ଦେଇଛନ୍ତି। ଏଥିପାଇଁ ଏକ ବିରାଟ ଶୋଭାଯାତ୍ରା ରେଳ ଷ୍ଟେସନ୍‌ରୁ ବାହାରି ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ପହଞ୍ଚିବ। ସମସ୍ତ ଅସ୍ଥାୟୀ ଓ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାନଗଲେ ଆଗାମୀ ଦିନରେ କାର୍ଯ୍ୟବନ୍ଦ ଓ ଅନଶନ ଭଳି କଠୋର ପଦକ୍ଷେପ ନିଆଯିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର