ଓଡ଼ିଶା ଅସ୍ଥାୟୀ ପୌର କର୍ମଚାରୀ ମହାସଂଘର ଧାରଣା ୧୬ଦିନରେ

ଭୁବନେଶ୍ୱର : ବିଧାନସଭା ସମ୍ମୁଖରେ ଓଡ଼ିଶା ଅସ୍ଥାୟୀ ପୌର କର୍ମଚାରୀ ମହାସଂଘର ଚାଲିଥିବା ଧାରଣା ୧୬ଦିନରେ ପହଞ୍ଚିଛି। ରାଜ୍ୟର ବିଭିନ୍ନ ପୌର ସଂସ୍ଥାରେ କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ମହାସଂଘ ଦାବି କରିଛି। ମହାସଂଘର କାର୍ଯ୍ୟକାରୀ ସଭାପତି ଅମର ନାୟକଙ୍କ ନେତୃତ୍ୱରେ ଏହି ଧାରଣା ଜାରି ରହିଛି। ଏହି ଆନ୍ଦୋଳକୁ ସମର୍ଥନ ଜଣାଇ ରାଜ୍ୟ ଠିକା କର୍ମଚାରୀ ମହାସଂଘ ଏଥିରେ ସାମିଲ ହୋଇଥିଲା। ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ଉଲ୍ଲେଖ ଯେ, ସ୍ଥାୟୀ ନିଯୁକ୍ତି ଦାବି ନେଇ ଓଡ଼ିଶା ଅସ୍ଥାୟୀ ପୌର କର୍ମଚାରୀ ମହାସଂଘ ବିଧାନସଭା ସମ୍ମୁଖରେ ଧାରଣା ଦେଇଛି। ୧୯୯୯ ମସିହାରେ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପୌରସଂସ୍ଥାରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ନିର୍ଦେଶନାମା ଜାରି ସତ୍ୱେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ଧାରଣାରେ ମହାସଂଘର ସଂପାଦକ ପ୍ରଦୀପ ସାହୁ ଓ ସାଧାରଣ ସଂପାଦକ ରଶ୍ମିରଂଜନ ଗୁରୁ ପ୍ରମୁଖ ନେତୃତ୍ୱ ନେଇଛନ୍ତି।

ସମ୍ବନ୍ଧିତ ଖବର