ପୁଲିସ ମାଡରେ ଗାଡି ଚାଳକ ଓ ହେଲଫର ଗୁରୁତର, ଚିକିତ୍ସା ଲାଗି ବଡ଼ବିଲ ଚିକିତ୍ସାଳୟରେ ଭର୍ତ୍ତିି

ବଡ଼ବିଲ : କେନ୍ଦୁଝର ଜିଲ୍ଲା, ବଡ଼ବିଲ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପୁଲିସର ଥାର୍ଡଡିଗ୍ରୀରେ ଏକ ହାଇୱାଗାଡିର ଚାଳକ ଗୁରୁତର ଆହତ ହୋଇଥିବାବେଳେ ହେଲପର ଜଣକ ଆହତ ହୋଇଥଇବା ଜଣାଯାଇଛି। ମିଳିଥିବା ଖବର ଅନୁଯାୟୀ ନୋଏଣ୍ଟ୍ରି ସମୟରେ ୨୧୫ ନମ୍ବର ଜାତୀୟ ରାଜପଥ ଭଦ୍ରାସାହି ପଟୁ ଟଣ୍ଟୋ ଆଡକୁ ଯାଉଥିବା ଓଡି୦୯ସି-୯୦୫୮ ନମ୍ବର ଥିବା ହାଇୱାଗାଡିକୁ ବଡ଼ବିଲ ପୁଲିସର ଦୁଇ ଜଣ ଏପିଆର ଫୋର୍ସ ଗାଡିକୁ ଅଟକାଇଥିଲେ। ନୋଏଣ୍ଟ୍ରି ସମୟରେ ଗାଡିକୁ କଣ ପାଇଁ ରାସ୍ତାରେ ନେଇକି ଯାଉଛୁ ବୋଲି ପ୍ରଶ୍ନର ଉତ୍ତରରେ ଗାଡିର ହେଲପର କହିଲା ଯେ ସାର ଅନ୍ୟଗାଡି ସବୁ ଯାଉଥିବାର ଦେଖି ଆମ୍ଭେବି ଗାଡିକୁ ନେଇକି ଯାଉଥିଲୁ। ଆପଣ କହିଲେ ଆମେ ଅଟକି ଯିବୁ।

ଏତିକି କହୁ କହୁ ଜଣେ ପୁଲିସ ଡେଲପରକୁ ଘୋଷାଡିଆଣି ଧରିଥିବା ପୁଲିସ ଲାଠିରେ ୪/୫ ଲାଠି ଦେବାରୁ ଜୀବନ ଭୟରେ ହେଲପର ଜଣକ ପୁଲିସ ହାବୁଡରୁ ଖସି ଦୌଡି ପଳାଇବାରେ ସକ୍ଷମ ହୋଇଥିଲା। ପୁଲିସର ରାଗ ପଞ୍ଚମ ହୋଇଗଲା ଓ ହେଲପରର ରାଗକୁ ଚାଳକ ଉପରେ ଶୁଝାଇବା ଆରମ୍ଭ କଲା। ପୁଲିସ ଚାଳକକୁ ଦୁଇପାହାର ଦେବାପରେ ଚାଳକ ଜଣକ ପ୍ରାଣ ବିକଳରେ ଜୀବନ ବଂଚାଇବାକୁ ଯାଇ ନିକଟସ୍ଥ ଜଣକ ଘରେ ପଶିଯାଇଥିଲା। ଚାଳକ ଉମାକାନ୍ତ ପଲେଇ ହେଲେ ପୁଲିହ ହାବୁଡରୁ ଖସି ପାରି ନଥିଲା। ଦୁଇ ପୁଲିସ ବାବୁ ଉମାକାନ୍ତଙ୍କୁ ଘରୁ ଘୋଷାଡିଆଣି ଜାତୀୟ ରାଜପଥ ଉପରେ ସାଢେ ଚାରି ଘଟିକା ଠାରୁ ସାଢେ ପାଞ୍ଚ ଘଟିକା ପର୍ଯ୍ୟନ୍ତ ଏକ ଘଣ୍ଟା ଧରି ମାଡ ମାରିବାପରେ ଥାନାକୁ ଆଣିଥିଲେ। ଏତିକିରେ ପୁଲିସ ବାବୁ ଦୁହିଁଙ୍କର ରାଗ ଶାନ୍ତ ହୋଇନଥିଲା। ଥାନାରେ ପୁଣି ପ୍ରବଳ ମାଡ଼ ମାରିବାର ପାଖାପାଖି ୭ ଘଟିକା ସମୟରେ ଗୁରୁତର ଆହତ ଥିବା ଚାଳକ ଓ ହେଲପରକୁ ବଡ଼ବିଲ ସରକାରୀ ଡାକ୍ତରଖାନାକୁ ଚିକିସା ନିମନ୍ତେ ଭର୍ତ୍ତି କରିଥିଲେ।

ଏ ନେଇ ବଡ଼ବିଲ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କୁ ପଚରାଯିବାରୁ ସେ କହିଥିଲେ ଯେ ମୁଁ ଛୁଟିରେ ଅଛି କିନ୍ତୁ ମୁଁ ଯାହା ଖବର ପାଇଛି ନୋଏଣ୍ଟ୍ରି ସମୟରେ ଉକ୍ତ ଗାଡିଟି ରାସ୍ତାରେ ଯାଉଥିବା ଦେଖି ଦୁଇ ପୁଲିସ କର୍ମଚାରୀ ଗାଡିକୁ ଅଟକାଇ ଥିଲେ। ପରେ ଗାଡିର ଚାଳକ, ହେଲପରଙ୍କ ସହ ଦୁଇ ପୁଲିସ କର୍ମଚାରୀଙ୍କ ଯୁକ୍ତିତର୍କ ହୋଇଥିଲା। ପରେ ପରେ ଗାଡିର ହେଲପର ପୁଲିସ ଉପରକୁ ଟେକା ପଥର ଫିଙ୍ଗିବାରୁ ଏଭଳି ପରିସ୍ଥିତ ସୃଷ୍ଟି ହୋଇଥିଲା। ତେବେ ଏନେଇ ଗାଡି ମାଲିକ ଥାନାରେ ଅଭିଯୋଗ କରିବାପରେ ନିରପେକ୍ଷ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ତେବେ ପୁଲିସର ବାରମ୍ବାର ଏଭଳି କାଣ୍ଡକୁ ସାଧାରଣରେ ନିନ୍ଦା କରାଯିବା ସହ ଦୁଇ ପୁଲିସ କର୍ମଚାରୀଙ୍କ ବରଖାସ୍ତ ଦାବି କରିଛନ୍ତି ପରିବାର ଲୋକେ। ଗୁରୁତର ଆହତ ଚାଳକ ଉମାକାନ୍ତ ପଲେଇ(୩୫ବର୍ଷ)ଙ୍କ ଘର ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ଅଂଚଳରେ ହୋଇଥିବାବେଳେ ଆହତ ହେଲପର ଖଗେଶ୍ୱର ମହାନ୍ତର ଘର ମୟୁରଭଂଜ ଜିଲ୍ଲା ଶରଧାପଶି ଗ୍ରାମରେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର