ଶିଶୁଯତ୍ନ ଅନୁଷ୍ଠାନ ଅନ୍ତେବାସୀଙ୍କୁ କରୋନା ସଚେତନତା : ସ୍ୱାତୀ ପକ୍ଷରୁ ମାସ୍କ,ସାବୁନ ଓ ତରଳ ହ୍ୟାଣ୍ଡ ୱାସ୍ ବଣ୍ଟନ

ଫୁଲବାଣୀ : କନ୍ଧମାଳରେ ଥିବା ଶିଶୁଯତ୍ନ ଅନୁଷ୍ଠାନ ଅନ୍ତେବାସୀଙ୍କୁ କରୋନା ସଚେତନତା କରିବା ସହ ସେମାନଙ୍କୁ ମାସ୍କ,ସାବୁନ ଓ ତରଳ ହ୍ୟାଣ୍ଡ ୱାସ ବଣ୍ଟନ କରାଯାଇଛି। ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସ୍ୱାତୀ ଆନୁକୂଲ୍ୟରେ ସେଭ ଦି ଚିଲଡ୍ରେନ ଓ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ସହଯୋଗରେ ୨ ଦିନ ଧରି ଫୁଲବାଣୀର ଗୋପବନ୍ଧୁ ବାଳାଶ୍ରମ,ଫିରିଙ୍ଗିଆର ରବିଙ୍ଗିଆ ବନବାସୀ,ସାରଙ୍ଗଗଡ ବିକାଶ ପରିଷଦ,ଜି.ଉଦୟଗିରି ଶିଶୁ ମାରିଆ,ହାଉସ ହୋମ୍,ସୁଭଦ୍ରା ସଦନ ଓ ଆହେଡ ଆଜି ଶିଶୁଯତ୍ନ ଅନୁଷ୍ଠାନର ଶତାଧିକ ଅନ୍ତେବାସୀଙ୍କୁ କରୋନା ସଚେତନତା କରାଯିବ ସହ ମାସ୍କ,ସାବୁନ ଓ ତରଳ ହ୍ୟାଣ୍ଡ ୱାସ ବଣ୍ଟନ କରାଯାଇଥିଲା। ବାକି ଅନ୍ୟ ସବୁ ଶିଶୁଯତ୍ନ ଅନୁଷ୍ଠାନରେ ପର୍ଯ୍ୟାୟକ୍ରମେ ସଚେତନତା ସହ ମାସ୍କ,ସାବୁନ ଓ ତରଳ ହ୍ୟାଣ୍ଡ ୱାସ ବଣ୍ଟନ କରାଯିବ ବୋଲି ସ୍ବାତୀର ସମ୍ପାଦକ ଇଂ ହରିଶଙ୍କର ରାଉତ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ମନୋଜ କୁମାର ମିଶ୍ର,ସୁନିଲ କୁମାର ପ୍ରଧାନ,ପ୍ରଦୀପ କୁମାର ସ୍ବାଇଁ ପ୍ରମୁଖ ସାମିଲ ହୋଇଥିଲେ। ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଆଉ କିଛି ଅଘଟଣ। ବିପଦ ସମୟରେ ସ୍ବାତୀ ସବୁ ବେଳେ ସହଯୋଗର ହାତ ବଢାଇ ଆସିଛି। ସଂପ୍ରତି କରୋନା ପାଇଁ ସ୍ବାତୀର ସଚେତନତା ସହ ମାସ୍କ,ସାବୁନ ଓ ହ୍ୟାଣ୍ଡ ୱାସ ବାଣ୍ଟିବା କାର୍ଯ୍ୟକୁ ସବୁ ମହଲରୁ ପ୍ରଶଂସା କରାଯାଇଛି। ଏମିତି କି ପ୍ରଶାସନ ଓ ପୁଲିସ ପକ୍ଷରୁ ମଧ୍ୟ ସ୍ବାତୀର କାର୍ଯ୍ୟକ୍ରମକୁ ତାରିଫ କରାଯାଇଛି।

ସମ୍ବନ୍ଧିତ ଖବର