୪୪ ନମ୍ବର କରୋନା ଆକ୍ରାନ୍ତଙ୍କ ଯାତ୍ରା ବିବରଣୀ ଦେଲେ ରାଜ୍ୟ ସରକାର,ମେଦିନପୁରରୁ ଭୁବନେଶ୍ବର

ବାଲେଶ୍ୱରରେ ଏକ ଚା ଦୋକାନରେ ଅଟକିଥିଲେ ୭୦ ବର୍ଷିଅ ବୃଦ୍ଧ

ଭୁବନେଶ୍ୱର: ଓଡ଼ିଶାରେ ୪୪ ନମ୍ବର କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି ପଡୋଶୀ ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳର ଜଣେ ୭୦ ବର୍ଷିଅ ବୃଦ୍ଧ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସଂପୃକ୍ତ ବ୍ୟକ୍ତିଙ୍କର ଯାତ୍ରା ବିବରଣୀ ପ୍ରଦାନ କରାଯାଇଛି ।  ଆକ୍ରାନ୍ତ ଜଣକ ସେଠାକାର ଏକ  ଘରୋଇ ହସ୍ପିଟାଲରୁ ଏପ୍ରିଲ ୭ରେ ଭୁବନେଶ୍ୱର ଆସିଥିଲେ । ସେଦିନ ସେ ଭୁବନେଶ୍ୱର ଆସିବା ବାଟରେ ବାଲେଶ୍ୱରର ଏକ ଚା ଦୋକାନରେ ଅଟକିଥିଲେ । ଏପ୍ରିଲ ୮ ତାରିଖ ଦିନ ଆପଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିଲା ।

ଏପ୍ରିଲ ୯ରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ତାଙ୍କୁ କିମ୍ସର କୋଭିଡ-୧୯ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ତେବେ ଆଜି ରାଜ୍ୟରେ ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ ଓ ଭୁବନେଶ୍ୱରରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସବୁଠାରୁ ବଡକଥା ହେଉଛି ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କ ନମୂନାରେ କରୋନା ପଜିଟିଭ ଚିହ୍ନଟ ହୋଇଛି । ଢେଙ୍କାନାଳର ୫୧ ବର୍ଷୀୟ ମହିଳା କରୋନାରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିବା ବେଳେ ସେ ନିଜାମୁଦ୍ଦିନ ଫେରନ୍ତାଙ୍କ ସଂସ୍ପର୍ଶରେ ମାର୍ଚ୍ଚ ୧୦-୧୭ ତାରିଖ ଭିତରେ ଆସିଥିଲେ ।

ସମ୍ବନ୍ଧିତ ଖବର