ହାଇଦ୍ରାବାଦରେ ଫସିଛନ୍ତି ଛଅ ଓଡ଼ିଆ ଦାଦନ ଶ୍ରମିକ, ଗାଁକୁ ଫେରାଇ ନେବାକୁ ରାଜ୍ୟ ସରକାରଙ୍କୁ କଲେ ନିବେଦନ

ପାତ୍ରପୁର: କରୋନା ଭାଇରସ୍ ସାରା ବିଶ୍ବରେ ଆତଙ୍କ ଖେଳେଇଛି । ଯେଉଁଥିଲାଗି ସାରା ଦେଶରେ ଲକ୍ ଡାଉନ୍ କରାଯାଇଛି ଓ ଉଡ଼ାଜାହାଜଠାରୁ ଆରମ୍ଭ କରି ରେଳ, ବସ୍ ପ୍ରମୁଖ ଯାନବାହନ ଚଳାଚଳ ବନ୍ଦ କରାଯାଇଛି । ସମସ୍ତ ଦେଶବାସୀଙ୍କୁ ଘରୁ ବାହାରକୁ ନ ବାହାରିବା ଲାଗି ପରାମର୍ଶ ଦିଆଯାଇଛି । ଏଭଳି ସ୍ଥଳେ ଓଡ଼ିଶାର ୬ ଦାଦନ ଶ୍ରମିକ ହାଇଦ୍ରାବାଦର ଅମିରପେଟଠାରେ ଫସିରହିଥିବା ଖବର ସାମ୍ନାକୁ ଆସିଛି ।

ଗଂଜାମ ଜିଲ୍ଲା ପାତ୍ରପୁର ବ୍ଳକ ସଦର ମହକୁମାର କେ. ତୁମ୍ବନାଥ, କେ. ତ୍ରିନାଥ ଓ ଶଙ୍କର ବେହେରା ପ୍ରମୁଖ ତିନିଜଣ ଫସିଥିବା ବେଳେ ବାଲେଶ୍ବର ଜିଲ୍ଲା ବାହାନଗା ବ୍ଳକ୍ ଗୋପାଳପୁର ପଞ୍ଚାୟତ ଅପିତରା ଗ୍ରାମର ଅଶୋକ କୁମାର ପଣ୍ଡା, ଏହି ବାହନଗା ପଞ୍ଚାୟତର ଏନ୍.ପି ମାଗୁର ଗ୍ରାମର ରାଜେଶ ପରିଡ଼ା । ସେହିଭଳି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ମାଲୁଦୁ ଗ୍ରାମର ରାଜୀବ ଲୋଚନ ତରାଇ ପ୍ରମୁଖ ୬ ଜଣ ଯୁବକ ସେଠାରେ ଫସିରହିଥିବା ଜଣାପଡ଼ିଛି ।

ସେମାନେ ସେଠାକାର ଘରୋଇ କମ୍ପାନିରେ ଶ୍ରମିକ ଭାବେ କାମ କରୁଥିବା ବେଳେ କରୋନା ଲାଗି ଦେଶରେ ଲକ୍ ଡାଉନ୍ ଯୋଗୁଁ କାମ ବନ୍ଦ ହୋଇଯାଇଛି । ରେଳ ଓ ବସ୍ ସେବା ବନ୍ଦ ରହିଥିବା ବେଳେ ସେମାନେ ଗାଁକୁ ଫେରିପାରୁନଥିବା ପ୍ରକାଶ କରିଛନ୍ତି । ଏପଟେ ପରିବାର ବର୍ଗ ଚିନ୍ତିତ ଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କୁ ଉଦ୍ଧାର କରିବା ଲାଗି ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର