ବାରଙ୍ଗ : ସଙ୍ଗରୋଧ ନିର୍ଦ୍ଦେଶକୁ ଅମାନ୍ୟ କରି ଅଞ୍ଚଳବାସୀଙ୍କ ମଧ୍ୟରେ କରୋନା ଭୂତାଣୁ ବାଣ୍ଟୁଥିବା ସନ୍ଦେହରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି ବାରଙ୍ଗ ଥାନା ପୁଲିସ। ତାଙ୍କ ନାମରେ ବାରଙ୍ଗ ଥାନାରେ ମକଦ୍ଦମା ରୁଜୁ କରି କଟକ ବଡ଼ ଡାକ୍ତରଖାନକୁ ଚିକିତ୍ସା ପାଇଁ ପଠାଇଛି। ବ୍ୟକ୍ତି ଜଣକ ନିକଟରେ ବିଦେଶରୁ ଫେରିଥିବାରୁ କଟକ ବଡ଼ ଡାକ୍ତରଖାନାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେଠାରେ ଚିକିତ୍ସକ ତାଙ୍କୁ ୧୪ ଦିନ ସଙ୍ଗରୋଧରେ ଘର ଭିତରେ ରହିବାକୁ ପରାମର୍ଶ ଦେଇଥିଲେ। ସେ ପରାମର୍ଶ ନମାନି ଘର ବାହାରେ ଏଣେତେଣେ ବୁଲୁଥିଲେ। ସୂଚନା ପାଇ ବାରଙ୍ଗ ଥନା ପୁଲିସ ତାଙ୍କୁ ଆଜି ମଧ୍ୟାହ୍ନ ସଢେ ଗୋଟାଏ ବେଳେ ରାସ୍ତାରୁ ଗିରଫ କରିବା ପରେ କଟକ ବଡ଼ ଡାକ୍ତରଖାନାକୁ ପଠାଇଛି।
ପରାମର୍ଶ ପାଇଁ ଆସିଲେ ୯୦, କ୍ବାରେଣ୍ଟିନ୍ରେ ଭର୍ତ୍ତିହେଲେ ୭
କଟକ : ଏସ୍ସିବିରେ କରୋନା ସନ୍ଦିଗ୍ଧଙ୍କ ପାଇଁ ଖୋଲାଯାଇଛି ସ୍ବତନ୍ତ୍ର ଆଉଟ୍ଡୋର। ଦୁଇ ଦିନରେ ଚିକିତ୍ସା ପାଇଁ ଆସିଛନ୍ତି ୯୦ ରୋଗୀ। ସେଥିରୁ ୭ ଜଣଙ୍କୁ କ୍ବାରେଣ୍ଟିନ୍ରେ ରଖାଯାଇଛି। ବୁଧବାର ୩୨ଜଣ ଡାକ୍ତରଙ୍କ ପରାମର୍ଶ ପାଇଁ ଆସିଥିଲେ। ସେଥିରୁ ୬ଜଣଙ୍କୁ କ୍ବାରେଣ୍ଟିନ୍ରେ ରଖାଯାଇଛି। ଅନ୍ୟପଟେ ମଙ୍ଗଳବାର ୫୮ଜଣ ସନ୍ଦିଗ୍ଧ ଆସିଥିବାବେଳେ ସେଥିରୁ ଜଣଙ୍କୁ ଆଇସୋଲେସନ୍ରେ ରଖାଯାଇଥିଲା। ଏସ୍ସିବିରେ ଆଜି ସୁଦ୍ଧା ୧୩୦ଟି ଆଇସୋଲେସନ୍ ବେଡ୍ ଓ ଶହେଟି କ୍ବାରେଣ୍ଟିନ୍ ବେଡ୍ର ବ୍ୟବସ୍ଥା କରାଯାଇଛି। ଏଥିସହ ୧୨ଟି ଆଇସିୟୁର ବ୍ୟବସ୍ଥା ରହିଥିବା ସୂଚନା ମିଳିଛି। ଅନ୍ୟପଟେ ଦିନକୁ ଦିନ କମି କମିଯାଉଛି ଏସ୍ସିବି ଓପିଡିରେ ରୋଗୀଙ୍କ ସଂଖ୍ୟା। ଗତକାଲି ସାଢେ ୭ଶହ ରୋଗୀ ଆସିଥିବାବେଳେ ଆଜି ଏହା ୫୩୦କୁ ଖସି ଆସିଛି। ମେଡିସିନ୍ ବିଭାଗରେ ୧୭୪ଜଣ, ପଲ୍ୟୁମୁନାରି ମେଡିସିନ୍ ବିଭାଗରେ ୮୭, ଇଏନ୍ଟିରେ ୩୮, ଅସ୍ଥିଶଲ୍ୟରେ ୫୬, ସର୍ଜରିରେ ୫୫, ହେପାଟୋଲୋଜିରେ ୩୪, ଶିଶୁରୋଗ ବିଭାଗରେ ୩୪ ଜଣ ରୋଗୀ ଡାକ୍ତରଙ୍କ ପରାମର୍ଶ ପାଇଁ ଆସିଥିବା ତଥ୍ୟରୁ ଜଣାପଡିଛି। ଅନ୍ୟପଟେ ଓପିଡି ସ୍ଥାନାନ୍ତର ପରେ ଏବେ କମ୍ପ୍ୟୁଟର ବ୍ୟବସ୍ଥା ପରିବର୍ତ୍ତେ ହାତଲେଖାରେ ହେଉଛି ଟିକେଟ ବ୍ୟବସ୍ଥା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/corona-f-1.jpg)