କରୋନା ମୁକାବିଲା ପାଇଁ ୫ଟି ଜିଲ୍ଲାରେ ୧୪୪ ଧାରା ଜାରି

ଭଦ୍ରକ/ଢ଼େଙ୍କାନାଳ/ଯାଜପୁର/କେନ୍ଦୁଝର/ବଲାଙ୍ଗୀର : କରୋନା ଭାଇରସ ସଂକ୍ରମଣକୁ ରୋକିବା ଲାଗି ସୋମବାର ରାଜ୍ୟର ୫ଟି ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ଜନସମାଗମ ରୋକିବା ଲାଗି ପ୍ରତିଷେଧମୂଳକ ପଦକ୍ଷେପ ସ୍ବରୂପ ଭଦ୍ରକ,କେନ୍ଦୁଝର,ଯାଜପୁର,ଢ଼େଙ୍କାନାଳ ଓ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ୧୪୪ ଧାରା ଜାରି କରିଛନ୍ତି।

ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସୋମବାର ଠାରୁ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀ ଏବଂ ଅଧିକାରୀଙ୍କ ଛୁଟି ବାତିଲ କରି ଦିଆ ଯାଇଥିବା ବେଳେ ସଭା ଶୋଭାଯାତ୍ର ଉପରେ ରୋକ ଲଗାଯାଇଛି । ସେହିଭଳି ବିଭିନ ସପିଙ୍ଗ ମଲରେ ଗହଳି ଉପରେ ରୋକ ଲଗାଯାଇଛି। ଲୋକଙ୍କ ମଧ୍ୟରେ କରନା ସଚେତନତା ପାଇଁ ଜିଲ୍ଲାରେ ମାଇକ୍ ଯୋଗେ ପ୍ରଚାର କରାଯାଉଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସତନ୍ତ୍ର କରୋନାୱାର୍ଡ ମଧ୍ୟ ଖୋଲା ଯାଇଛି ।

Image result for coronavirus
The CT Mirror

ଭଦ୍ରକ ସମେତ ଯାଜପୁରରେ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ବଡ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଥିବା ମହା ବାରୁଣୀ ସ୍ନାନ ଯାତ୍ରାକୁ  ପ୍ରଶାସନ ରଦ୍ଦ କରିଛି । ସଂପୃକ୍ତ ଅଂଚଳରେ ୧୪୪ ଧାରା ପ୍ରଶାସନ ଜାରି କରିଛି । ସମଗ୍ର ଜିଲ୍ଲାରେ ମଧ୍ୟ ଏହି ୧୪୪ ଧାରା ବଳବତ୍ତର ରହିଛି। ନିୟମ ଉଲଂଘନ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଆଜି ଓଡିଶାରେ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ତତ୍ପରତା ହୋଇପଡିଛନ୍ତି। କରୋନା ସତର୍କତା ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତର ସରପଞ୍ଚ,ସମିତିିସଭ୍ୟ,ଆଶା ଓ ଅଙ୍ଗନବାଡି କର୍ମୀ ବ୍ଲକ୍‌ ସ୍ଥରୀୟ ପ୍ରଶାସନ ଅଧିକାରୀଙ୍କୁ ନେଇ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇବେ । ମାକ୍ସ ପିନ୍ଧିବେ ଥଣ୍ଡା ଜ୍ୱର ଯଦି କାହାକୁ ଲାଗି ରହିଥାଏ ତେବେ ତୁରନ୍ତ ତାଙ୍କୁ ପ୍ରତି ପଞ୍ଚାୟତରେ ଚିହ୍ନଟ କରାଯାଇଥିବା ଗୋଟେ ଗୋଟେ ସେଲ୍‌ଟର୍‌ ସେଣ୍ଟର୍‌ ପହଞ୍ଚାଇ ବ୍ଲକ୍‌ ଅଧିକାରୀଙ୍କୁ ଅବଗତ କରାଇବେ ।

ଯାଜପୁରରେ ମା’ ବିରଜାଙ୍କ ମନ୍ଦିର ରହିଥିବାରୁ ଦୈନିକ ବିଭିନ୍ନ ରାଜ୍ୟରୁ ବହୁ ସଂଖ୍ୟାକ ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ ବିରଜା ମନ୍ଦିରକୁ ଆସୁଥିବା ସମସ୍ତ ବାହାର ରାଜ୍ୟର ପର୍ଯ୍ୟଟକ  ଗାଡିକୁ କୁଆଖିଆ ଠାରୁ ଫେରାଇ ଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର କରୋନା ୱାର୍ଡ ପ୍ରସ୍ତୁତ ରହିଛି। ତେବେ ଗୋଟିଏ ପକ୍ଷେ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ସାରିଥିବା ବେଳେ ଯାଜପୁର ରୋଡରେ ଥିବା ଶିଳ୍ପାଞ୍ଚଳ, ରେଲୱେ ଷ୍ଟେସନ, ବସ ଷ୍ଟାଣ୍ଡ ଏବଂ ଏକାଧିକ ବ୍ୟକ୍ତି ବିଶେଷ ଏକତ୍ରିତ ହେଉଥିବା ସ୍ଥାନମାନଙ୍କରେ କ’ଣ କ’ଣ ସଚେତନତା ପଦକ୍ଷେପ ନିଆଯାଇଛି ତାହା ଉପରେ ନଜର ରଖା ଯାଇଛି।

କେନ୍ଦୁଝର ଜିଲ୍ଲାରେ ୧୪୪ଧାରା ଜାରି କରାଯିବା ସହିତ ଢ଼େଙ୍କନାଳ ଜିଲ୍ଲାରେ ବି କରୋନା ମୁକାବିଲା ପାଇଁ ୧୪୪ ଧାରା ଜାରି କରାଯାଇଛି। ଜିଲ୍ଲାର ସବୁ ସପିଙ୍ଗ ମଲ୍‌ ଓ ୨ଟି ବିଜ୍ଞାନ କେନ୍ଦ୍ରକୁ ବନ୍ଦ କରାଯିବା ସହିତ କପିଳାସ ମନ୍ଦିର ଦର୍ଶନ ଉପରେ କଟକଣା ଜାରି କରାଯାଇଛି। କେବଳ ଏତିକି ନୁହେଁ, ବଲାଙ୍ଗୀରରେ ବି ୧୪୪ ଧାରା ଜାରି କରାଯାଇଛି। ଜିଲ୍ଲାପାଳ ସଭା ସମିତି ଓ ଅଧିକ ଲୋକ ଏକାଠି ହେବା ଉପରେ ରୋକ ଲଗାଇଛନ୍ତି।

ସେହିପରି ପିପିଲିର ପ୍ରସିଦ୍ଧ ହରିରାଜପୁର ମେଲଣରେ କରୋନା ମୁକାବିଲା ପାଇଁ ୧୪୪ ଧାରା ଜାରି କରାଯାଇଛି। ଏଥିସହିତ ତୁରନ୍ତ ଦୋକାନ ବଜାର ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର