ଭବାନୀପାଟଣା : ଚାଇନାରେ ବ୍ୟାପିଥିବା କରୋନା ଭାଇରସ ଏବେ ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି। ଏ ନେଇ କଳାହାଣ୍ଡି ଜିଲ୍ଲାର ୪ ଚାଇନା ଫେରନ୍ତାଙ୍କ ଉପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି। କଳାହାଣ୍ଡି ଜିଲ୍ଲାରେ ଏଯାବତ ଭାଇରସ୍ ସଂକ୍ରମଣର କୌଣସି ସନ୍ଦେହ କିମ୍ବା ରୋଗ ଚିହ୍ନଟ ହୋଇ ନାହିଁ। ମାତ୍ର କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ର ଜଣେ ମହିଳା, କେସିଙ୍ଗା ବ୍ଲକ୍ର ଜଣେ ପୁରୁଷ ଏବଂ ଲାଞ୍ଜିଗଡ଼ ବ୍ଲକର ଜଣେ ମହିଳା ଓ ଜଣେ ପୁରୁଷ ସମେତ ୪ଜଣଙ୍କ ଉପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି। ବିଭାଗ ପକ୍ଷରୁ କଲମପୁର, କେସିଙ୍ଗା ଓ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ଚିଠି ମାଧ୍ୟମରେ ସତର୍କ ସୂଚନା ଦିଆଯାଇଛି। ଏହି ଲୋକମାନେ ମାସେ ତଳେ ଚାଇନାରୁ ଗାଁକୁ ଫେରିଥିଲେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଏହି ୪ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଆସନ୍ତା ୨୮ ଦିନ ପର୍ଯ୍ୟନ୍ତ ନଜର ରଖାଯିବ। ସ୍ବାସ୍ଥ୍ୟ ବିଭାଗ ଏଥିପାଇଁ ୩ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିଠି ପଠାଇଥିବା ସୂଚନା ମିଳିଛି।
କଳାହାଣ୍ଡିରେ ‘କରୋନା ଭୟ : ୪ ଚୀନ୍ ଫେରନ୍ତାଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି
/sambad/media/post_attachments/wp-content/uploads/2020/02/arrest-order-for-suspected-coronavirus-patient-for-refusing-treatment.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)