ଭଦ୍ରକ: ବିଦେଶ ଫେରାନ୍ତା ଯୁବକଙ୍କୁ ପଠାଗଲା ମେଡିକାଲ

ଭଦ୍ରକ: ସମଗ୍ର ବିଶ୍ୱରେ କରୋନା ଭାଇରସ ଆତଙ୍କ ଖେଳାଇ ଦେଇଥିବାବେଳେ ଏହାକୁ ରୋକିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ଅଂଚଳର ଜଣେ ଯୁବକ ଆଫ୍ରିକା ମହାଦେଶର ମରତୋଷରେ ରହୁଥିବା ବେଳେ ଆଜି ଆସି ତାଙ୍କ ଘରେ ପହଞ୍ଚିଥିଲେ। ପରେ ଏନେଇ ସ୍ଥାନୀୟ ଲୋକମାନେ ଜାଣିବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଯୁବକ ଜଣକ ଆଫ୍ରିକା ରୁ ମୁମ୍ବାଇ ଓ ପରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସେଠାରୁ ଟ୍ରେନ ଯୋଗେ ଘରକୁ ଆସିଥିଲେ। ଏନେଇ ସ୍ଥାନୀୟ ପୁଲିସ କୌଣସି ସୂତ୍ରରୁ ଜାଣିବା ପରେ ଯୁବକ ଜଣଙ୍କୁ ଭଦ୍ରକ ମେଡିକାଲ ପଠାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର