ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଦମ୍ପତି

ପାତ୍ରପୁର : ଓଡ଼ିଶା ଆନ୍ଧ୍ର ସୀମାନ୍ତ ଲଦାପୁଟି ନିକଟରେ ଟ୍ରେନ୍‌ ଆଗକୁ ଡ଼େଇଁ ଦମ୍ପତିଙ୍କ ଆତ୍ମହତ୍ୟା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଗଂଜାମ ଜିଲ୍ଲା ଜରଡ଼ା ଥାନା ପେଟୁରୁ ତଥା ସବରଦେଇପେଟ୍ଟା ଗ୍ରାମର ବୁଡୁ ଶ୍ରାବଣୀ (୨୫) ଆନ୍ଧ୍ରପ୍ରଦେଶର ଇଛାପୁର ମଣ୍ଡଳ କଟାରି ଗ୍ରାମର ବି. ତ୍ରିନାଥ (୩୦)ଙ୍କୁ ପ୍ରାୟ ୫ ବର୍ଷ ତଳେ ବିବାହ କରିଥିଲେ। ଉଭୟଙ୍କ ଔରସରୁ ଜାତ ଏକ ୩ ବର୍ଷର ପୁତ୍ର ଅଛି। ଶ୍ରାବଣୀ ଦ୍ଵିତୀୟ ଥର ଗର୍ଭବତୀ ହେବା ପରେ ବର୍ଷେ ହେବ ମା ଘରକୁ ଆସିଥିଲେ। ତାଙ୍କର ବର୍ତ୍ତମାନ ଏକ ୯ ମାସର ଶିଶୁପୁତ୍ର ଅଛି। କିଛି ଦିନ ହେଲା ତ୍ରିନାଥ ଶ୍ୱଶୁର ଘରକୁ ବୁଲି ଆସିଥିଲେ। କୌଣସି କାରଣକୁ ନେଇ ତିନି ଦିନ ହେଲା ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା । ଦୁଇ ଶିଶୁ ପୁତ୍ରଙ୍କୁ ଅଜା ଘରେ ଛାଡ଼ି ଆଜି ସନ୍ଧ୍ୟାରେ ଉଭୟ ନିକଟ ଲଦାପୁଟି ନିକଟରେ ଟ୍ରେନ ଆଗକୁ ଡ଼େଇଁ ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର