ଯାଜପୁର: ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର: ଯାଜପୁର କାଳିଆପାଣି ଥାନା ଅନ୍ତର୍ଗତ ଅରଡାପାଳ ଜଙ୍ଗଲରୁ ସୋମବାର ଅପରାହ୍ନରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀଙ୍କ ନାମ ଭାନୁମତୀ(୧୯) ଓ ମୃତ ଯୁବକ ସୁଶାନ୍ତ(୨୫) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପାଟଣା ଗ୍ରାମର ଜଳଧର ଦେହୁରୀଙ୍କ ଝିଅ ଭାନୁମତୀ ସାରୁଆବିଲ ଗ୍ରାମର ଧିରିଆ ପ୍ରଧାନଙ୍କ ପୁଅ ସୁଶାନ୍ତଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ପୁଅ ଓ ଝିଅ ପରିବାର ଲୋକଙ୍କୁ ଦୁହିଁଙ୍କ ଏ ମିଳାମିଶା ପସନ୍ଦ ନଥିଲା। ତେଣୁ ଭାନୁମତୀ ଓ ସୁଶାନ୍ତ ଦୁହେଁ ପରିବାରଲୋକଙ୍କ ଠାରୁ ଲୁଚିଲୁଚି ଅନେକ ସମୟରେ ଦେଖା କରି ଥାଆନ୍ତି। ଦୁହେଁ ପରସ୍ପରକୁ ଭଲ ପାଆନ୍ତି ଓ ବିବାହ କରିବାକୁ ଚାହୁଁଛନ୍ତି ବୋଲି ଘରେ କହିଥିଲେ। କିନ୍ତୁ ଏହି ପ୍ରେମୀଯୁଗଳଙ୍କ ପରିବାର ଦୁହିଁଙ୍କ ଏଭଳି ପ୍ରସ୍ତାବରେ ରାଜି ହୋଇ ନଥିଲେ। ଶେଷରେ ଦୁହେଁ କିଛି ଉପାୟ ନପାଇ ଜୀବନ ହାରିବା ପାଇଁ ବାଛି ନେଇଥିଲେ। ଆଜି ଅରଡାପାଳ ଜଙ୍ଗଲର ଏକ ଗଛରେ ଦଉଡି ଦେଇ ଭାନୁମତୀ ଓ ସୁଶାନ୍ତ ଆତ୍ମହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

 

ସମ୍ବନ୍ଧିତ ଖବର