ଧର୍ମଗଡ଼ : ଅଜଣା ଗାଡି ଧକ୍କାରେ ଦମ୍ପତି ମୃତ, ପ୍ରତିବାଦରେ ରାସ୍ତା ଅବରୋଧ

ଧର୍ମଗଡ଼ : ଭବାନୀପାଟଣା-ଜୟପୁର ମହିଚଲା ଛକ ନିକଟରେ ଆଜି ସକାଳେ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସେଠାରେ ଉତ୍ତେଜନା ଦେଖା ଦେଇଛି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଭବାନୀପାଟଣା-ଜୟପୁର ଜାତୀୟ ମହିଚଲା ଛକ ନିକଟ ରାଜପଥ-୨୬ରେ ମର୍ଣ୍ଣିଂ ୱାର୍କ କରୁଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଦମ୍ପତିଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଛି। ଉତ୍ତ୍ୟକ୍ତ ଲୋକେ ଏହାର ପ୍ରତିବାଦରେ ଜାତୀୟ ରାଜପଥ-୨୬କୁ ଅବରୋଧ କରି ରଖିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଛି।

ସମ୍ବନ୍ଧିତ ଖବର