ଦୁର୍ଘଟଣାରେ ଦମ୍ପତି ମୃତ

ରିଆମାଳ : ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳରେ ରବିବାର ଏକ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ, ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଟିଙ୍କବୀର ଗ୍ରାମର ପ୍ରଶାନ୍ତ ଲୁହା ଓ ପତ୍ନୀ ନମିତା ଲୁହା ଏକ ବାଇକ୍‌ (ଓଆର୍‌ ୧୫କେ-୦୮୦୦)ରେ ତେଲିମୁଣ୍ଡା ଗ୍ରାମରୁ ନିଜ ଗାଁ’କୁ ଫେରୁଥିଲେ। ରାସ୍ତାରେ ସେମାନଙ୍କୁ ଏକ ଦଶଚକିଆ ଟ୍ରକ୍ ଧକ୍କା ଦେବାରୁ ଉଭୟେ ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କୁ ଛତାବର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ରିଆମାଳ ପୁଲିସ୍‌ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର