କେନ୍ଦୁଝର : ବଜ୍ରାଘାତରେ ଦମ୍ପତି ମୃତ!

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଅଁଳାପାଳ ଗ୍ରାମର ଏକ ବିଲରୁ ଆଦିବାସୀ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ହେଲେ ରଘୁନାଥପୁର ଗ୍ରାମର ବିଜୟ ମୁର୍ମୁ (୪୨) ଓ ତାଙ୍କ ପତ୍ନୀ ପାନ ମୁର୍ମୁ (୩୫)। ବଜ୍ରାଘାତରେ ସେମାନଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ଗତକାଲି ପୂର୍ବାହ୍ନରେ ଉଭୟ ବିଲକୁ କୀଟନାଶକ ପକାଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ଗତକାଲିଠାରୁ ଉଭୟଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କର କୌଣସି ସନ୍ଧାନ ମିଳିନଥିଲା। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୪ଟା ବେଳେ ବିଜୟ ଓ ପାନଙ୍କ ମୃତଦେହ ଅଁଳାପାଳ ବିଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ବଜ୍ରାଘାତରେ ସେମାନଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର