ଓଏଫ୍‌ଡିସିର ପୂର୍ବତନ ଡିଭିଜନାଲ ମ୍ୟାନେଜରଙ୍କ ସଂପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

କଟକ : ଓଡ଼ିଶା ଫରେଷ୍ଟ ଡେଭେଲପମେଣ୍ଟ କର୍ପୋରେସନ୍‌ର ବଲାଙ୍ଗୀର ଜିଲ୍ଲା କେନ୍ଦୁଲିଫ୍‌ ଡିଭିଜନର ପୂର୍ବତନ ଡିଭିଜିନାଲ ମ୍ୟାନେଜର ମଦନ ମୋହନ ପରିଚ୍ଛାଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି ପାଇଁ କଟକ ସ୍ୱତନ୍ତ୍ର ଅଦାଲତ ପ୍ରଧିକୃତ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ପରିଚ୍ଛାଙ୍କ ୭ ଲକ୍ଷ ୪୨ହଜାର ୩୯୯ ଟଙ୍କାର ସ୍ଥାବର ଅସ୍ଥାବର ସଂପତ୍ତି ବାଜାପ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥି ମଧ୍ୟରେ ତାଙ୍କର ବଲାଙ୍ଗୀର ସହରରେ ଥିବା ଦୁଇ ମହଲା ଘର ଓ ମାର୍କେଟ କଂପ୍ଲେକ୍ସ ରହିଛି। ଭିଜିଲାନ୍ସ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ଗିରିଜା ପ୍ରସାଦ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ତତ୍କାଳୀନ ଡିଭିଜନାଲ ମ୍ୟାନେଜର ଶ୍ରୀ ପରିଚ୍ଛା ଆୟ ବହିର୍ଭୂତ ସଂପତ୍ତି ଠୁଳ କରିବା ନେଇ ୧୯୯୪ରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ଏତଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର