କଟକ : ଓଡ଼ିଶା ହାଇକୋର୍ଟରେ ନିୟମିତ ଭାବେ ଓକିଲାତି କରୁ ନଥିବା ଆଇନଜୀବୀଙ୍କ ନାଁ ବିଚାରପତି ପଦ ପାଇଁ ସୁପାରିସ କରାଯିବା ଘଟଣାର ପ୍ରତିବାଦରେ ମୁଖ୍ୟ ବିଚାରପତି ଓ କଲେଜିୟମର ସଦସ୍ୟ ଥିବା ଦୁଇ ବିଚାରପତିଙ୍କ କୋର୍ଟ ବର୍ଜନ ପାଇଁ ପୂର୍ବରୁ ଗ୍ରହଣ କରାଯାଇଥିବା ନିଷ୍ପିତ୍ତି ବର୍ତ୍ତମାନ ପାଇଁ ସ୍ଥଗିତ ରହିଛି। ସଭାପତି ଗୋପାଳକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୁଖ୍ୟ ବିଚାରପତି ଓ କଲେଜିୟମର ଦୁଇ ବିଚାରପତିଙ୍କ କୋର୍ଟ କାର୍ଯ୍ୟରେ ଆଇନଜୀବୀମାନେ ଜୁଲାଇ ୧୫ରୁ ଯୋଗ ଦେବେ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ଏହି ପ୍ରସଂଗରେ ସୁପ୍ରିମକୋର୍ଟ କଲେଜିୟମର ନିଷ୍ପତ୍ତିକୁ ସମସ୍ତେ ଅପେକ୍ଷା କରିଥିବା ସୂଚନା ମିଳିଛି। ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତି ପରେ ତୁରନ୍ତ ଆସୋସିଏସନର ବୈଠକ ଡକାଯିବ। ଆଜିର ବୈଠକରେ ସଭାପତି ଗୋପାଳକୃଷ୍ଣ ମହାନ୍ତି, ସଂପାଦକ ସଂଜୟ କୁମାର ଦାସଙ୍କ ସହିତ ଅନ୍ୟ ସମସ୍ତ କର୍ମକର୍ତ୍ତା ଓ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ।
ସୋମବାରରୁ ତିନି କୋର୍ଟ କାର୍ଯ୍ୟ ସ୍ବାଭାବିକ ହେବ
/sambad/media/post_attachments/wp-content/uploads/2019/07/court-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)