ଶକ୍ତି ଗୋଟାଉଛି କଂଗ୍ରେସ, ସମର୍ଥନ କରିବେ ବାମଦଳ, ଜେଏମ୍ଏମ୍

ରାମକୃଷ୍ଣ, ଜନାର୍ଦନ, ଅଞ୍ଜଳି ପ୍ରାର୍ଥୀ ହୋଇପାରନ୍ତି, ବିଧାନସଭା ଅଙ୍କ ଛିଣ୍ଡିନି, ଆଲୋଚନା ଜାରି, ବୈଜୟନ୍ତଙ୍କ ସହ ମୂଲଚାଲ, ବିଜୟଙ୍କ ଉପରେ ନଜର

ଭୁବନେଶ୍ବର : ଜଗତସିଂହପୁର ଓ ଆସ୍କା ଲୋକସଭା ଆସନ ସହିତ ୧୨ ବିଧାନସଭା ଆସନ କଂଗ୍ରେସ ସହ ମିଶି ଲଢିବା ପାଇଁ ପ୍ରସ୍ତାବ ଦେଇଛି ସିପିଆଇ।

ଭୁବନେଶ୍ବର ଲୋକସଭା ଆସନ ଓ ୭ ବିଧାନସଭା ଆସନକୁ ଅ‌ାଖେଇଛି ସିପିଏମ୍। ଏସବୁ ଆସନରେ କେଂଗ୍ରସ ସହିତ ମେଣ୍ଟରେ ଲଢିବାକୁ ଚାହୁଁଛି ଦଳ। ମୟୂରଭଂଜ ଲୋକସଭା ଆସନ, ୧୪ ବିଧାନସଭା ଆସନରେ କଂଗ୍ରେସ ସହିତ ମିଶି ପ୍ରତିପକ୍ଷଙ୍କ ବିେରାଧରେ ଲଢିବାକୁ ଆଗ୍ରହ ଦେଖାଇଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ବା ଜେଏମ୍ଏମ୍।

୨୦୧୯ ନିର୍ବାଚନରେ କିଏ ପ୍ରାର୍ଥୀ େହବ େସ େନଇ କେଂଗ୍ରସ ଦଳରେ ପ୍ରସ୍ତୁତି ଆରମ୍ଭ େହାଇଥିବା ବେଳେ ସମଭାବାପନ୍ନ ଦଳ ସହିତ େମଣ୍ଟ େନଇ ମଧ୍ୟ ସମାନ୍ତରାଳ ଚର୍ଚ୍ଚା ଆେଲାଚନା େଜାର ଧରିଛି। ବିେରାଧୀ ଦଳ େନତା ନରସିଂହ ମିଶ୍ର, ବରିଷ୍ଠ େନତା ଜଗନ୍ନାଥ ପଟ୍ଟନାୟକ ଓ ଅନନ୍ତ ସେଠୀଙ୍କୁ େନଇ ଗଠିତ ତିନି ଜଣିଆ କମିଟି ଏସବୁ ପ୍ରସ୍ତାବ ଉପରେ ତର୍ଜମା ଚଳାଇଛନ୍ତି। େଗାଟିଏ ରାଉଣ୍ଡ ଆେଲାଚନା ସରିଛି। ଆସନ୍ତାକାଲି ପୁଣି ବାମଦଳ ସହ ଆେଲାଚନା େହାଇପାରେ। କେବଳ ସେତିକି ନୁେହଁ, ଏନସିପି, ଫରଵାର୍ଡ ବ୍ଲକ ଆଦି େଛାଟ େଛାଟ ଦଳ ମଧ୍ୟ କେଂଗ୍ରସ ସହିତ ମେଣ୍ଟ କରିବା ଲାଗି ଆଗ୍ରହ େଦଖାଇଲେଣି।

କେଂଗ୍ରସ ଶିବିରରେ ଚାଲିଥିବା ନିର୍ବାଚନ କସରତ ସୂଚାଇ େଦଇଛି, ପ୍ରତିପକ୍ଷଙ୍କୁ ମାତ୍ ଦେବା ଲାଗି ଦଳ ଏଥର ଏକାକୀ ନୁେହଁ, ବରଂ େମଣ୍ଟରେ ଲଢିବ। ଏସବୁ ରାଜନୈତିକ ଦଳ ବାଦ୍, ରାଜନୀତିରେ ପ୍ରଭାବ ରଖୁଥିବା ଆଉ କିଛି ବରିଷ୍ଠ ତଥା ଟାଣୁଆ େନତାଙ୍କ ସହିତ ଦଳ କେଂଗ୍ରସ ଭିତିରିଆ ବୁଝାମଣା କରିବାକୁ େଯାଜନା କରିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ କେଂଗ୍ରସ ସହ େଯାଗାେଯାଗରେ ଅଛନ୍ତି। ଶ୍ରୀ ପଣ୍ଡା ସ୍ବାଧୀନ ପ୍ରାର୍ଥୀ ଭାବେ େକନ୍ଦ୍ରାପଡା େଲାକସଭା ଆସନରେ ଲଢିବାକୁ ମନସ୍ଥିର କରିସାରିଲେଣି।

ଯଦି କେଂଗ୍ରସ ସମର୍ଥନ େଦବ, ତେବେ ବିେଜଡି େଭାଟ ବିଭାଜନ କରି େସ ଯେତିକି େଭାଟ ଆଣିବେ, ତାହା କେଂଗ୍ରସ ଖାତାକୁ ଯିବ। କଂଗ୍ରେସ ଏହି ପ୍ରସ୍ତାବ ଉପରେ ଏ ପର୍ଯ୍ୟନ୍ତ ସହମତି ପ୍ରକାଶ କରିନାହିଁ। ସେହିଭଳି ୨୦୦୪ ଭଳି ବରିଷ୍ଠ େନତା ବିଜୟ ମହାପାତ୍ରଙ୍କୁ ମଧ୍ୟ କେଂଗ୍ରସ ସମର୍ଥନ େଦଇପାରେ ବୋଲି ସୂଚନା ମିଳୁଛି।

ଉେଲ୍ଲଖଯୋଗ୍ୟ, କ୍ଷମତାକୁ େଫରିବା ପାଇଁ କେଂଗ୍ରସ େଜାରଦାର ଉଦ୍ୟମ ଚଳାଇଛି। େଯଉଁଠି ଯିଏ ଜିତିବା ସମ୍ଭାବନା ଅଧିକ, ତା ସହିତ ବୁଝାମଣା କରିବା ଲାଗି ଦଳର ଶୀର୍ଷସ୍ତରରେ ବିଚାର ଆେଲାଚନା ଚାଲିଛି। ଅତୀତରେ ମେଣ୍ଟରେ ଜଗତସିଂହପୁର ଆସନ ଦଳ ଜିତିଥିଲା। ବିଭୁ ତରାଇ ଲୋକସଭାକୁ ନିର୍ବାଚିତ େହାଇଥିଲେ। ଏବେ ଶ୍ରୀ ତରାଇ କେଂଗ୍ରସରେ େଯାଗ େଦଇଛନ୍ତି। ଏଣୁ ଏଠାରେ ସିପିଆଇର ପ୍ରାର୍ଥୀ େଦବା ପ୍ରସ୍ତାବକୁ କେଂଗ୍ରସ ଝୁଲାଇ ରଖିଛି। କିନ୍ତୁ ଆସ୍କା େଲାକସଭା ଆସନରେ ଦଳର ବରିଷ୍ଠ େନତା ରାମକୃଷ୍ଣ ପଣ୍ଡାଙ୍କ ପ୍ରାର୍ଥିତ୍ବକୁ ଉଭୟ କେଂଗ୍ରସ ଓ ସିପିଆଇ ସବୁଜ ସଙ୍କେତ େଦଉଛନ୍ତି। ଏହାବାଦ୍ ଦଳ ଛତ୍ରପୁର, ହିଞ୍ଜିଳି, ବ୍ରଜରାଜନଗର,ଜୁନାଗଡ, ଚିତ୍ରକୋଣ୍ଡା, ଏରସମା, ବୌଦ୍ଧ, ଭଟଲି, େରଙ୍ଗାଳି, ସୁନ୍ଦରଗଡ ଭଳି ୧୨ଟି ଆସନ ଛାଡିବା ଲାଗି ପ୍ରସ୍ତାବ ଦେଇଛି ସିପିଆଇ। ଏହା ଉପରେ ଆେଲାଚନା ଜାରି ରହିଛି।

ଅନୁରୂପ ଭାବେ ସିପିଏମ୍ ଭୁବନେଶ୍ବର େଲାକସଭା ଆସନ ମାଗିଛି। ଏଠାରୁ ଏକଦା ଶିବାଜୀ ପଟ୍ଟନାୟକ ସିପିଏମରୁ ପ୍ରାର୍ଥୀ ହୋଇ ଜିତିଥିଲେ। ଏବେ ଜନାର୍ଦନ ପତିଙ୍କୁ ଦଳ ପ୍ରାର୍ଥୀ କରିବା ଲାଗି ସଙ୍କେତ େଦଇଛି, କେଂଗ୍ରସ ବି ଏଥିରେ ଅରାଜି ନାହିଁ। ଏହାବ୍ୟତୀତ ଦଳ ୭ଟି ବିଧାନସଭା ଆସନରେ ମେଣ୍ଟରେ ଲଢିବା ଲାଗି ଆଗ୍ରହ େଦଖାଉଛି। ଏ ମଧ୍ୟରୁ ବାଲେଶ୍ୱର ଜିଲ୍ଲାର ନୀଳଗିରି, ରେମୁଣା ଓ ଭୋଗରାଇ, ବଣେଇ ଆଦି ରହିଛି। ବିଧାନସଭା ଆସନ େକ୍ଷତ୍ରରେ କିନ୍ତୁ ଉଭୟ ପକ୍ଷ ସହମତିରେ ପହଞ୍ଚିନାହାନ୍ତି।

େଜଏମ୍ଏମ୍-କେଂଗ୍ରସ ମେଣ୍ଟରେ ଲଢିବା େନଇ ଆେଲାଚନା ଚାଲିଛି। ୧୪ଟି ବିଧାନସଭା ଆସନ ମାଗୁଛି ଜେଏମ୍ଏମ୍। ଏହା ବ୍ୟତୀତ ଶିବୁ େସାରେନଙ୍କ ଝିଅ ଅଞ୍ଜଳି ମୟୂରଭଂଜ େଲାକସଭା ଆସନରୁ ପ୍ରାର୍ଥୀ େହବା ସମ୍ଭାବନା ଅଧିକ। ପ୍ରାରମ୍ଭିକ ବୈଠକରେ ଏେନଇ ଆେଲାଚନା େହାଇଛି। ତେବେ କେଉଁ କେଉଁ ବିଧାନସଭା ଆସନକୁ ଦଳ ଜେଏମ୍ଏମକୁ ଛାଡିବ, ତାହା ଉପରେ ଅଧିକ ଆେଲାଚନାର ଆବଶ୍ୟକତା ରହିଛି।

କେଂଗ୍ରସର ଜଣେ ବରିଷ୍ଠ େନତା କହିଛନ୍ତି, େଯଉଁ ସବୁ ଆସନରେ ଦଳର ଟାଣୁଆ ପ୍ରାର୍ଥୀ ନାହାନ୍ତି, େମଣ୍ଟରେ ଲଢିଲେ ସେହି ଜିଲ୍ଲା ବ୍ୟତୀତ ଅନ୍ୟ ଜିଲ୍ଲାରେ ଏହାର ଭଲ ପ୍ରଭାବ ପଡିବ, ତାହାକୁ ବିଚାରକୁ େନଇ ଆେଲାଚନା ଚାଲିଛି। ଖୁବ୍ ଶୀଘ୍ର ଏହା ଉପରେ ସହମତି େହବା ପରେ କେଂଗ୍ରସ ସଭାପତିଙ୍କୁ ଦିଆଯିବ ଓ ନିର୍ବାଚନ କମିଟି ଅନୁେମାଦନ ପରେ େମଣ୍ଟ େନଇ େଠାସ୍ େଘାଷଣା େହବ।

ସମ୍ବନ୍ଧିତ ଖବର