ବାଲେଶ୍ୱର: ରେଲଲାଇନ ବିଛିନ୍ନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲେଶ୍ୱର: ଖଡ଼ଗପୁରରୁ ଭୁବନେଶ୍ୱର ଯାଉଥିବା ଫାଷ୍ଟ ପାସେଞ୍ଜର ଟ୍ରେନ୍‌୍‍ ଆଜି ଏକ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଛି।ଏହା ସହିତ ଶହଶହ ଯାତ୍ରୀଙ୍କ ଜୀବନ ମଧ୍ୟ ରକ୍ଷା ପାଇ ଯାଇଛି। ବାଲେଶ୍ୱର ଜିଲ୍ଲା ବାହନଗା- ସୋର ଷ୍ଟେସନ ମଝିରେ ରେଲଲାଇନ୍‌ ବିଚ୍ଛିନ୍ନ ହୋଇ ଯାଇଥିବା ଜଣାପଡ଼ିବା ପରେ ସେହି ଲାଇନ୍‌ ଦେଇ ଟ୍ରେନ୍‌୍‍ ଚଳାଚଳ ପ୍ରଭାବିତ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଫାଷ୍ଟ ପାସେଞ୍ଜର ଟ୍ରେନ୍‌ ବାହାନଗା- ସୋର ଷ୍ଟେସନ ମଧ୍ୟରେ ଯାଉଥିବା ବେଳେ ଶେଷ ୨ଟି ବଗି ନିର୍ଦ୍ଦିଷ୍ଟ ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ପ୍ରବଳ ଶବ୍ଦ କରି ଥରି ଉଠିଥିଲା। ସଙ୍ଗେସଙ୍ଗେ ଡ୍ରାଇଭର ଟ୍ରେନ୍‌ରେ ବ୍ରେକ୍‌ ଲଗାଇ ସ୍ଥିତି ପରଖିଥିଲେ। ଏଥିରୁ ଜଣାଯାଇଥିଲା ଯେ ରେଲ ଲାଇନ୍‌ ବିଛିନ୍ନ ହୋଇଯାଇଛି। ବିଶେଷ କରି ରେଲ ଲାଇନ୍‌ ତଳେ ଦିଆଯାଇଥିବା କଂକ୍ରିଟ୍‌ ଧାରଣା ଭାଙ୍ଗି ଯାଇଥିିବାରୁ ପ୍ରାୟ ୮ ଇଞ୍ଚର ଫାଙ୍କା ସୃଷ୍ଟି ହୋଇଛି। ଏ ନେଇ ଡ୍ରାଇଭର ସଙ୍ଗେ ସଙ୍ଗେ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ସେହି ରେଳପଥରେ ରେଳ ଚଳାଚଳକୁ ବନ୍ଦ କରାଯାଇ ମରାମତି ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର