ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ତଳ କୋର୍ଟ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଗଲା କ୍ରାଇମ୍‌ବ୍ରାଞ୍ଚ

କଟକ/ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପୁରୀ ଜିଲ୍ଲାର ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲା ନେଇ କ୍ରାଇମ୍‌ବ୍ରାଞ୍ଚ ଗୁରୁବାର ହାଇକୋର୍ଟରେ ଅପିଲ କରିଛି। ତଳ କୋର୍ଟ ରାୟକୁ ଚ୍ୟାଲେଞ୍ଜ କରି ତଥା ପୀଡ଼ିତା ପରିବାରକୁ ଉପଯୁକ୍ତ ନ୍ୟାୟ ଦାବି କରି କ୍ରାଇମ୍‌ବ୍ରାଞ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଏହି ମାମଲାରେ ୨ ଅଭିଯୁକ୍ତ ନିର୍ଦ୍ଦୋଶ ସାବ୍ୟସ୍ତ ହୋଇଥିଲେ କିନ୍ତୁ ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ଡିତ କରିବାକୁ କ୍ରାଇମବ୍ରାଞ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

ତଳକୋର୍ଟଙ୍କ ରାୟ ବିରୋଧରେ କ୍ରାଇମବ୍ରାଞ୍ଚ ଖୁବ୍‌ ଶୀଘ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଗତ ୭ ତାରିଖରେ ସୂଚନା ଦେଇଥିଲା। ଏହି ଆଧାରରେ କ୍ରାଇମବ୍ରାଞ୍ଚ ହାଇକୋର୍ଟରେ ମାମଲାର ବିଚାର କରିବା ପାଇଁ ଅପିଲ କରିଛି।

ସୂଚନାଯୋଗ୍ୟ ପିପିଲି ଗଣଦୁଷ୍କର୍ମ ମାମଲା ନେଇ ୨୦୧୮ ଡିସେମ୍ବର ୨୫ରେ ରାୟ ପ୍ରକାଶ ପାଇଥିଲା। ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ମାନ୍ୟବର ପ୍ରଥମ ଅତିରିକ୍ତ ଦୌରାଜଜ କୋର୍ଟ ଦୁଇ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ ଓ ସୁକାନ୍ତ ପ୍ରଧାନଙ୍କୁ ନିର୍ଦ୍ଦେଷରେ ଖଲାସ କରିଥିଲେ। କୋର୍ଟଙ୍କ ଏଭଳି ରାୟ ପରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଅନେକଙ୍କ ପ୍ରଶ୍ନ ଉଠିଥିଲା। ଏତେ ବଡ ଘଟଣାକୁ କ୍ରାଇମବ୍ରାଞ୍ଚ କେମିତି ହାଲୁକା ଢଙ୍ଗରେ ତଦନ୍ତ କଲା ଓ ତଦନ୍ତକାରୀ ଅଫିସର ଭୂମିକାକୁ ନେଇ ମଧ୍ୟ ଜନସାଧାରଣରେ ସନ୍ଦେହ କରାଯାଇଥିଲା।

ସମ୍ବନ୍ଧିତ ଖବର