ସମ୍ବଲପୁରରେ ପୁଣି ଏନ୍‌କାଉଣ୍ଟର୍‌ : ଅପରାଧୀ ବାବୁ କଙ୍ଗ୍‌ ଓ କୟୁମ୍‌ ଗିରଫ

ସମ୍ବଲପୁର : ସମ୍ବଲପୁର-ଝାରସୁଗୁଡ଼ା ସୀମାନ୍ତ ଅଞ୍ଚଳରେ ବଡ଼ ଧରଣର ଡକାୟତି ପାଇଁ ଉଦ୍ୟମ ଚାଲିଥିବା ସୂଚନା ପାଇଁ ସମ୍ବଲପୁର ପୁଲିସ୍‌ର ସ୍ପେସାଲ ସ୍କ୍ବାଡ୍‌ ଓ ଠେଲକୋଲୋଇ ପୁଲିସ୍‌ ମିଳିତ ଭାବେ ଚଢ଼ଉ କରିଥିଲେ। ତେବେ ପୁଲିସ୍‌କୁ ଦେଖି ଅପରାଧୀମାନେ ପୁଲିସ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ମାଡ଼ କରିଥିଲେ। ଜବାବ୍‌ରେ ପୁଲିସ୍‌ ମଧ୍ୟ ଗୋଟିଏ ରାଉଣ୍ଡ ଗୁଳି କରିଥିଲା। ପ୍ରାୟ ୨ ଘଣ୍ଟାର ଛକାପଞ୍ଝା ପରେ କୁଖ୍ୟାତ ଅପରାଧୀ ବାବୁ କଙ୍ଗ୍‌ ଓରଫ ସରଫରାଜ୍‌ ଖାନ୍‌ ଓ ତାର ସହଯୋଗୀ ମହମ୍ମଦ କୟୁମ୍‌କୁ ପୁଲିସ୍‌ ଗିରଫ କରିବାରେ ସଫଳ ହୋଇଥିଲା। ଘଟଣାସ୍ଥଳରୁ ଆଉ ୩ ଜଣ ଅପରାଧୀ ଖସିଯିବାରେ ସକ୍ଷମ ହୋଇଛନ୍ତି। ଗିରଫ ହୋଇଥିବା ଅପରାଧୀଙ୍କ ନିକଟରୁ ଗୋଟିଏ ପିସ୍ତଲ, ଗୋଟିଏ ଜୀବନ୍ତ ଗୁଳି, ଗୋଟିଏ ଖୋକା ଓ ଗୋଟିଏ ହୋଣ୍ଡା ସାଇନ୍‌ ମଟର ସାଇକଲ(ଓଡି ୧୪ କ୍ୟୁ ୦୪୬୪) ଜବତ କରାଯାଇଛି।

ସମ୍ବନ୍ଧିତ ଖବର