ପିପିଲିରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଭାଗୀରଥି ପ୍ରଧାନ ଆହତ

ପୁରୀ : ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲିରେ ପୁଲିସ ଗୁଳିରେ ଜଣେ ଅପରାଧୀ ଆହତ ହୋଇଛି। ଆହତ ଅପରାଧୀ ଜଣକ ହେଉଛନ୍ତି ଭାଗୀରଥି ପ୍ରଧାନ ଓରଫ ଭାଗୁ। ତାର ବାମ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାଟି ପିପିଲି-ନିମାପଡା ଓଭରବ୍ରିଜ ତାରକାଜ ଠାରେ ଘଟିଛି। ଆହତ ଭାଗୁ ଠାରୁ ପୁଲିସ ବାଇକ, ୯ ଏମ୍‌ଏମ୍‌ ପିସ୍ତଲ ଓ ଗୋଟିଏ ଗୁଳି ଜବତ କରିଛି। ତାର ନାମରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ଥିବା ଜଣାପଡିଛି। ସେ ତାଳବଣିଆ ପୁଲିସର ମୋଷ୍ଟ ୱାଣ୍ଟେଡ୍‌ ଲିଷ୍ଟରେ ଥିଲା। ଗତକାଲି ରାତିରେ ପୁଲିସ ତାର ଉପସ୍ଥିତି ସଂପର୍କରେ ଖବର ପାଇ ଚଢ଼ାଉ କରିଥିଲା।

ସମ୍ବନ୍ଧିତ ଖବର